ବାରିପଦା: ଠାକୁରମୁଣ୍ଡା ବ୍ଲକ, ମହୁଲଡ଼ିହା ଥାନା ଅନ୍ତର୍ଗତ ଡ଼ଙ୍ଗାଡିହା ଗ୍ରାମରେ ରବିବାର ଅପରାହ୍ନ ସମୟରେ ସାଳନ୍ଦୀ ନଦୀ ପାଣି ରେ ବୁଡି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ସେହି ଗ୍ରାମର ଯନ୍ତୁର ପୂର୍ତ୍ତି ।ମିଳିଥିବା ସୂଚନା ଅନୁଯାୟୀ ଯନ୍ତୁର ଜଙ୍ଗଲ ରୁ କାଇ ସଂଗ୍ରହ ପାଇଁ ତାଙ୍କ ଘରୁ ଦିନ ପ୍ରାୟ ୧.୩୦ ମି ସମୟରେ ସାଳନ୍ଦୀ ନଦୀ ନିକଟ ଜଙ୍ଗଲ କୁ ଯାଇ ଥିଲେ।କିନ୍ତୁ ସେ ଜଙ୍ଗଲ ରୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ସାଳନ୍ଦୀ ନଦୀ ପାଣି ଭିତରେ ତାଙ୍କୁ ଦେଖିବାକୁ ପାଇଥିଲେ।ଏନେଇ ଚମ୍ପାଝର ସରପଞ୍ଚ କୁ ସୂଚନା ମିଳିବା ପରେ ସରପଞ୍ଚ ବିକ୍ରମ ପିଙ୍ଗୁଆ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ମହୁଲଡ଼ିହା ଥାନାକୁ ଖବର ଦେଇଥିଲେ।ଘଟଣାସ୍ଥଳ ରେ ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ନଦୀ ପାଣି ଭିତରୁ ଯନ୍ତୁର କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ।ପରେ ମହୁଲଡ଼ିହା ଥାନା ପୋଲିସ ଶବକୁ ଜବତ କରି କେଶ ନମ୍ବର ୦୯ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣା ର ତଦନ୍ତ କରୁଛି।
