ପୁରୀ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ବାଲୁକାଶିଳ୍ପୀ ତଥା ବାଲୁକା ଆନିମେଟର ମାନସ କୁମାର ସାହୁ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜନ୍ମଦିନ ଅବସରରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପୁରୀସ୍ଥିତ ତାଙ୍କ ଷ୍ଟୁଡିଓରେ ପ୍ରସ୍ତୁତ ଏହି ଅନନ୍ୟ ବାଲୁକା ଆନିମେସନ୍?ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତିକୃତି, ତାଙ୍କ ଶୈଶବର ଚିତ୍ର ଏବଂ ଋଷିଆର ପ୍ରସିଦ୍ଧ ସ୍ମାରକଗୁଡ଼ିକୁ ବାଲି ମାଧ୍ୟମରେ ଅତ୍ୟନ୍ତ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଏହି କଳାକୃତିରେ Happy Birthday, President Vladimir Putin ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଛି।ମାନସ କୁମାର ସାହୁ ଏହି ବାଲୁକା ଆନିମେସନ୍?କୁ ଏକ ସୃଜନଶୀଳ ଶୁଭେଚ୍ଛା ଓ କଳାତ୍ମକ ଅଭିବାଦନ ଭାବେ ପ୍ରସ୍ତୁତ କରିଛନ୍ତି। ବାଲି ଭଳି ଏକ ସରଳ ମାଧ୍ୟମରେ ମୈତ୍ରୀ, ଶୁଭେଚ୍ଛା ଓ ସାଂସ୍କୃତିକ ସମ୍ପର୍କର ବାର୍ତ୍ତା ପହଞ୍ଚାଇବା ଏହି କଳାକୃତିର ମୁଖ୍ୟ ଉଦ୍ଦେଶ୍ୟ।ଏହି ସ୍ୱତନ୍ତ୍ର ବାଲୁକା ଆନିମେସନ୍?ଟି ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। ଏହା ମାଧ୍ୟମରେ ମାନସ ସାହୁ ପୁଣିଥରେ ତାଙ୍କର ନିଆରା ବାଲୁକା ଆନିମେସନ୍ ଶୈଳୀ ଓ ସୃଜନଶୀଳତାର ପରିଚୟ ଦେଇଛନ୍ତି। ଜନ୍ମଦିନର ବାର୍ତ୍ତା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜନ୍ମଦିନର ଅନ୍ତରିକ ଶୁଭେଚ୍ଛା। ଏହି ବିଶେଷ ଦିନଟି ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।
