ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୫୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟ୍ରେ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ କୋଲକାତା ୧୪୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ଦଳ ୧୪.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଛି। ଏହି ମ୍ୟାଚ୍ରେ କୋଲକାତାର ଖେଳାଳି ଫିନ୍ ଆଲେନ୍ ଅପରାଜିତ ଶତକ ହାସଲକରିଛନ୍ତି। ଆଜିଙ୍କ୍ୟ ରହାଣେଙ୍କ ନେତୃତ୍ୱରେ କୋଲକାତା କୋଲକାତା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ସଫଳ ବୋଲିଂ ରଣନୀତି କରିଥିଲା। ଫଳରେ ଦିଲ୍ଲୀ ନିଜର ପଡ଼ିଆରେ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ବ୍ୟାଟିଂ ଇନିଂରେ ମଧ୍ୟ ଭଲ ରଣନୀତି କରିଥିଲା କୋଲକାତା। ପ୍ରାରମ୍ଭିକ ବ୍ୟାଟିଂ ଯଦିଓ ଉତ୍ସାହଜନକ ଥିଲା ତଥାପି ତୃତୀୟ ୱିକେଟ୍ରେ ଫିନ୍ ଆଲେନ୍ ଏବଂ କେମରନ ଗ୍ରିନ୍ ଶତକୀୟ ଭାଗିଦାରୀ କରିଥିଲେ। ଫିନ୍ ଆଲେନ୍ ଅପରାଜିତଶତକ ହାସଲ କରିଥିଲେ। ସେ ୪୭ଟି ବଲ୍ ଖେଳି ୫ଟି ଚୌକା ଏବଂ ୧୦ଟି ଛକା ବଳରେ ୧୦୦ ରନ୍ କରିଥିଲେ। କେମରନ ଗ୍ରିନ ଅପରାଜିତ ୩୩ ରନ୍ ସଂଗ୍ରହ କରିଥିଲେ। ସେ ୨୭ଟି ବଲ୍ ଖେଳି ୨ଟି ଛକା ମାରିଥିଲେ। ଆଜିଙ୍କ ରହାଣେ ୧୩ ଏବଂ ଅଙ୍ଗକ୍ରିଶ ରଘୁବଂଶୀ ଏକ ରନ୍ କରିଥିଲେ। କୋଲକାତାର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ପ୍ରାରମ୍ଭିକ ବ୍ୟାଟର ପାଥୁମ ନିଶଙ୍କା ଏବଂ କେଏଲ୍ ରାହୁଲ ୪୯ ରନ୍ର ଭାଗିଦାରୀ କରିଥିଲେ। ୪.୬ ଓଭରରେ ଦିଲ୍ଲୀକୁ ପ୍ରଥମ ଝଟକା ଲାଗିଥିଲା ଏବଂ କେଏଲ୍ ରାହୁଲ ୧୪ଟି ବଲ୍ ଖେଳି ୪ଟି ଚୌକା ବଳରେ ୨୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଦିଲ୍ଲୀର ସ୍କୋର ୭୪ ରନ୍ରେ କୋଲକାତା ଦ୍ୱିତୀୟ ୱିକେଟ୍ ଅକ୍ତିଆର କରିଥିଲା। ନୀତିଶ ରାଣା ୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଦଳର ସ୍କୋର ୮୦ ରନ୍ରେ ସମୀର ରିଜଭି, ୮୫ ରନ୍ରେ ପାଥୁମ ନିଶଙ୍କା ଏବଂ ୮୯ ରନ୍ରେ ତିସ୍ତାନ ଷ୍ଟବ୍ସ ଆଉଟ୍ ହୋଇଥିଲେ। ଦିଲ୍ଲୀ ପାଇଁ କେଏଲ୍ ରାହୁଲଙ୍କ ବ୍ୟତୀତ ପାଥୁମ ନିଶଙ୍କା ଏବଂ ଆଶୁତୋଷ ଶର୍ମାଙ୍କ ବ୍ୟକ୍ତିଗତ ଉଦ୍ୟମ ଭଲ ଥିଲା। ନିଶଙ୍କା ଅଦ୍ଧଶତକ ହାସଲ କରିଥିଲେ। ସେ ୨୯ଟି ବଲ୍ ଖେଳି ୫ଟି ଚୌକା ଏବଂ ୩ଟି ଛକା ବଳରେ ୫୦ ରନ୍ ସଂଗ୍ରହ କରିଥିଲେ। ସେହିପରି ଆଶୁତୋଷ ୨୮ଟି ବଲ୍ ଖେଳି ୩୯ ରନ୍ ସଂଗ୍ରହ କରିଥିଲେ। ସେ ୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଦିଲ୍ଲୀର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। କୋଲକାତା ପାଇଁ ଅନୁକୂଳ ରୟ ଏବଂ କାର୍ତ୍ତିକ ତ୍ୟାଗୀ ୨- ୨ଟି ୱିକେଟ୍ ନେଇଥିଲେ। ବୈଭବ ଅରୋରା, ସୁନୀଲ ନାରାୟଣ ଏବଂ କେମରୁନ ଗ୍ରିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
