ଯୋଡ଼ା: କେନ୍ଦୁଝର ଜିଲ୍ଲା ର ଲାଇଫ ଲାଇନ କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥ ଯୋଡ଼ା ସ୍ଥିତ କଳାପାହାଡ଼ ନିକଟରେ ହାଇବା ଏବଂ ବାଇକ ଧକ୍କା ରେ ୨ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ଗୁରୁବାର ସନ୍ଧ୍ୟା ପ୍ରାୟ ୬.୪୦ ସମୟରେ ଗାଡି ନମ୍ବର( ଓଡ଼ି-୦୯-ଜେଡ-୩୭୪୬ ) ଥିବା ଏକ ଟିଭି.ଏସ.ଅପାଚେ ରେ ୨ ଜଣ ବିଳେଇପଦା ପଟୁ ଆସୁଥିବା ବେଳେ ଯୋଡ଼ା ପଟୁ ବିଲେଇପଦା ଅଭିମୁଖେ ଯାଉଥିବା ଏକ ହାଇବା ମଧ୍ୟରେ କଳାପାହାଡ ଘାଟି ବୁଲାଣି ପାଖରେ ସାମ୍ନା ସାମ୍ନି ଧକ୍କା ହୋଇଥିଲା।ଧକ୍କା ଏମିତି ଥିଲା ଘଟଣା ସ୍ଥଳରେ ରେ ହିଁ ୨ ଜଣ ଙ୍କ ମୃତ୍ୟ ହୋଇଥିଲା।ଖବର ପାଇ ପୋଲିସ ଏବଂ ଅଗ୍ନି ଶ୍ରମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ର ଠାବ କରି ନିକଟସ୍ଥ ଟାଟା ମେଡିକାଲ କୁ ପଠାଇଛି।ତେବେ ଦୁର୍ଘଟଣାରେ ପ୍ରାଣ ହରେଇଥିବା ଲୋକଙ୍କ ପରିଚୟ ଜଣାପଡିନ ଥିବା ବେଳେ ଜଣେ ନାବାଳକ ଥିବା ଅନୁମାନ କରାଯାଉଛି। ତେବେ କଳାପାହାଡ ଠାରୁ ରେଲୱେ ଓଭର ବ୍ରିଜ୍ ରାସ୍ତା ଉପରେ ବାରମ୍ବାର ସଡ଼କ ଦୂର୍ଘଟଣା ରେ ଅନେକ ଜୀବନ ହାନି ହେଉଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।
