ଲକ୍ଷ୍ନୌ: ଭାରତରତ୍ନ ଅଟଳ ବିହାର ବାଜପେୟୀ ଏକନା ଷ୍ଟାଡିୟମରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୫୦ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୧୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଏହି ମ୍ୟାଚ୍ରେଘରୋଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ଏହି ଲକ୍ଷ୍ୟ ଦେଇଛି। ଟସ୍ ଜିଣି ବେଙ୍ଗାଲୁରୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ଦଳ ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୧୯ ଓଭରରେ ୩ଟି ୱିକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଛି। ବର୍ଷା ଯୋଗୁଁମ୍ୟାଚ୍ ୨ଥର ଅଟକିଥିଲା। ଫଳରେ ଉଭୟ ପକ୍ଷରୁ ମ୍ୟାଚ୍କୁ ୧୯-୧୯ ଓଭର କରିଦିଆଯାଇଛି। ଲକ୍ଷ୍ନୌର ଇନିଂସରେ ମିଚେଲ ମାର୍ଶ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୫୬ଟି ବଲ୍ ଖେଳି ଥିଲେ। ଏଥିରୁ ସେ ୯ଟି ଚୌକା ଏବଂ ୯ଟି ଛକା ସହିତ୧୧୧ ରନ୍ ସଂଗ୍ରହ କରିଥିଲେ। ନିକୋଲାସ ପୁରନ ୨୩ଟି ବଲ୍ ଖେଳି ୪ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୮ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୩୨ ରନ୍ ସଂଗ୍ରହ କରିଥିଲେ। ସେ ୧୦ଟି ବଲ୍ ଖେଳି ୩୨୦ ଷ୍ଟ୍ରାଇକ୍ରେଟ୍ରେ ୩୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା। ଅର୍ଶିନ କୁଲକର୍ଣ୍ଣୀ ୨୪ଟି ବଲ୍ ଖେଳି ଗୋଟିଏ ଚୌକା ବଳରେ ୧୭ ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା, ଯାହା ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଜାରି ଥିଲା।
