କନ୍ଧମାଳ: ଅପରାଧ ନିୟନ୍ତ୍ରଣ ପାଇଁ କନ୍ଧମାଳ ପୋଲିସ ର ସ୍ୱତନ୍ତ୍ର ଅଭିଯାନ ।ଅବୈଧ ଅସ୍ତ୍ର ଶସ୍ତ୍ର ତଥା ବେଆଇନ ଦେଶୀ ବନ୍ଧୁକ କାରଖାନା ଧ୍ୱଂସ କରିବା ଲକ୍ଷ୍ୟ ରେ କନ୍ଧମାଳ ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ତୁମୁଡିବନ୍ଧ ଥାନା ଓ ବ୍ରାହ୍ମଣୀଗାଁ ଥାନା ଅଂଚଳ ରୁ ଦୁଇ ଗୋଟି ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଥିବା ବାଲିଗୁଡା ଏସଡ଼ିପିଓ ସୂଚନା ଦେଇଛନ୍ତି ।ଏହି ଦେଶୀ ବନ୍ଧୁକ କାରଖାନା ଠାବ ଓ ଅବୈଧ ଅସ୍ତ୍ରଶସ୍ତ୍ର ରଖିବା ନେଇ ବିଭିନ୍ନ ଥାନା ଅଂଚଳ ରୁ ମୋଟ ୧୧ ଜଣ କୁ ଗିରଫ କରାଯାଇଥିବା ବେଳେ ୨୬ ଗୋଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏଥିସହ କନ୍ଧମାଳ ପୋଲିସ ର ଏହି ସ୍ୱତନ୍ତ୍ର ଅଭିଯାନ ରେ ଚଢ଼ାଉ ସମୟରେ ୧୪ ଗୋଟି ଲୁହା ବ୍ୟାରେଲ, ୧୮ ଟି ଟ୍ରିଗର ସେଟ, ୨ ଟି କାଠ ନିର୍ମିତ ବନ୍ଧୁକ ର ବଟ,୧୦ ସେଟ ଗୋଳା ବାରୂଦ ତିଆରି ଉପକରଣ ଓ ୨ ଟି ବ୍ଲର ମେସିନ ଜବତ କରାଯାଇଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି ।ଅବୈଧ ଅସ୍ତ୍ରଶସ୍ତ୍ର ରଖିଥିବା ଓ ନିର୍ମାଣ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ଏଥିରୁ ନିବୃତ ରହିବା ଓ ପୋଲିସ କୁ ହସ୍ତାନ୍ତର କରିବା କୁ ଅପିଲ କରିଛନ୍ତି ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ।
