ନୂଆଦିଲ୍ଲୀ: ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ୮୫ଟି ପଦକ (୨୧ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଏବଂ ୩୭ଟି ବ୍ରୋଞ୍ଜ) ସହ ନିଜର ଅଭିଯାନ ଶେଷ କରିଛି। ଦଳଗତ କ୍ରୀଡ଼ାରେ ଦବଦବା, ଐତିହାସିକ ବ୍ୟକ୍ତିଗତ ବିଜୟ ଏବଂ ପ୍ରଥମ ଥର ପାଇଁ ପଦକ ଜିତିବାର ଅନେକ ଘଟଣା ସତ୍ତ୍ୱେ, ସାମଗ୍ରିକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ୮୫ଟି ପଦକ ସଂଖ୍ୟା ୨୦୨୩ ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ଭାରତର ରେକର୍ଡ ସୃଷ୍ଟିକାରୀ ୧୦୬ଟି ପଦକ (୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୦ ବ୍ରୋଞ୍ଜ) ତୁଳନାରେ କମ୍ ଥିଲା। ତଥାପି, ଆଇଚି-ନାଗୋୟା ଅଭିଯାନ ବିଭିନ୍ନ କ୍ରୀଡ଼ା ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଆଣିଦେଇଥିଲା। ଚୀନ୍ ୩୪୧ଟି ପଦକ (୧୬୯ ସ୍ୱର୍ଣ୍ଣ ସହିତ) ଜିତି ପଦକ ତାଲିକାର ଶୀର୍ଷରେ ରହିଥିବାବେଳେ, ଆୟୋଜକ ଜାପାନ ୨୬୯ଟି ପଦକ (୮୩ ସ୍ୱର୍ଣ୍ଣ ସହିତ) ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ କୋରିଆ ୧୫୦ଟି ପଦକ (୩୯ ସ୍ୱର୍ଣ୍ଣ ସହିତ) ସହ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି କ୍ରୀଡ଼ାରେ ପ୍ରାୟ ୫୦୦ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ ଏବଂ ଦେଶର ପଦକ ସଂଖ୍ୟା ବିଭିନ୍ନ ପ୍ରକାରର କ୍ରୀଡ଼ା ମଧ୍ୟରେ ବ୍ୟାପ୍ତ ଥିଲା। ଭାରତର ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ପୁରୁଷ ଓ ମହିଳା କ୍ରିକେଟ୍, କବାଡ଼ି ଏବଂ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିବା। କ୍ରିକେଟ୍ରେ ଭାରତ ଉଭୟ ଟାଇଟଲ୍ ବଜାୟ ରଖିଥିଲା। ଫାଇନାଲ୍ରେ ମହିଳା ଦଳ ଶ୍ରୀଲଙ୍କାକୁ ୧୪୭ ରନ୍ରେ ପରାସ୍ତ କରିଥିବାବେଳେ, ପୁରୁଷ ଦଳ ପାକିସ୍ତାନକୁ ୧୯ ରନ୍ରେ ହରାଇ “ଗୋଲ୍େଡନ୍ ଡବଲ୍’ପୂରଣ କରିଥିଲା। କବାଡ଼ିରେ ମଧ୍ୟ ଭାରତ ସମସ୍ତ ସ୍ୱର୍ଣ୍ଣ ପଦକ ଜିତିଥିଲା। ମହିଳା ଦଳ ଇରାନକୁ ୩୭-୩୪ରେ ପରାସ୍ତ କରି ନିଜର ଟାଇଟଲ୍ ବଜାୟ ରଖିଥିଲା, ଅନ୍ୟପକ୍ଷରେ ପୁରୁଷ ଦଳ ପଛୁଆ ସ୍ଥିତିରୁ ପ୍ରତ୍ୟାବର୍ତ୍ତନ କରି ଇରାନକୁ ୪୦-୩୪ରେ ପରାସ୍ତ କରିଥିଲା। ୧୯୯୦ ମସିହାରେ କବାଡ଼ି ଏକ ପୁରୁଷ ଦଳଗତ କ୍ରୀଡ଼ା ଭାବେ ଅନ୍ତର୍ଭୁକ୍ତ ହେବା। ଭାରତୀୟ ମହିଳା ଦଳ ଚୀନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ଏସୀୟ କ୍ରୀଡ଼ାରେ ପଦକ ପାଇବା ପାଇଁ ଥିବା ୪୪ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲେ; ଏଥିରେ ଲାଲରେମସିଆମି ୧୦ମ ମିନିଟରେ ନିର୍ଣ୍ଣାୟକ ଗୋଲ୍ ସ୍କୋର କରିଥିଲେ। ୧୯୮୨ ମସିହା ପରେ ଏସୀୟ କ୍ରୀଡ଼ାରେ ମହିଳା ହକିରେ ଭାରତର ଏହା ଥିଲା ପ୍ରଥମ ସ୍ୱର୍ଣ୍ଣ ପଦକ।

ପୁରୁଷ ଦଳ ମାଲେସିଆକୁ ୫-୧ ଗୋଲ୍?ରେ ପରାସ୍ତ କରି ନିଜର ଟାଇଟଲ୍ ବଜାୟ ରଖିବା ସହ ପଞ୍ଚମ ଥର ପାଇଁ ପୁରୁଷ ହକି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା; ଏହା ପୂର୍ବରୁ ଦଳ ୧୯୬୬, ୧୯୯୮, ୨୦୧୪ ଏବଂ ୨୦୨୨ରେ ବିଜୟୀ ହୋଇଥିଲା। ଏହା ମଧ୍ୟ ପ୍ରଥମ ଘଟଣା ଥିଲା ଯେତେବେଳେ ଭାରତର ପୁରୁଷ ଓ ମହିଳା ହକି ଦଳ ଗୋଟିଏ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଉଭୟ ଦଳ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ତୀରନ୍ଦାଜୀ ଭାରତ ପାଇଁ ସବୁଠାରୁ ସଫଳ କ୍ରୀଡ଼ା ବିଭାଗଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା, ଯେଉଁଥିରେ ଦଳ ନଅଟି ପଦକ – ପାଞ୍ଚଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ – ହାସଲ କରିଥିଲା। ୧୭ ବର୍ଷୀୟା କୁମକୁମ୍ ମୋହୋଦ ଏହି କ୍ରୀଡ଼ାର ଅନ୍ୟତମ ତାରକା ଭାବେ ଉଭା ହୋଇଥିଲେ ଏବଂ ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ମହିଳା ରିକର୍ଭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଫାଇନାଲ୍ ମ୍ୟାଚ୍ ୫-୫ରେ ବରାବର ହେବା ପରେ ସେ “ସୁଟ୍-ଅଫ୍’ରେ ଦକ୍ଷିଣ କୋରିଆର ଓହ ୟେଜିନ୍ଙ୍କୁ ପରାସ୍ତ କରିଥିଲେ। ସୁଟ୍-ଅଫ୍ରେ ଓହ ୮ ପଏଣ୍ଟ ସ୍କୋର କରିଥିବା ବେଳେ କୁମକୁମ୍ ୧୦ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। କୁମକୁମ୍ ମହିଳା ରିକର୍ଭ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ଧୀରଜ ବୋମ୍ମାଦେବରାଙ୍କ ସହ ମିଶ୍ରିତ ରିକର୍ଭ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତି ମୋଟ ତିନୋଟି ପଦକ ସହ କ୍ରୀଡ଼ା ଅଭିଯାନ ଶେଷ କରିଥିଲେ। ଭାରତ ପୁରୁଷ ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟରେ ମଧ୍ୟ ପଦକ ଜିତିଥିଲା, ଯେଉଁଥିରେ ନୀରଜ ଚୌହାନ ବ୍ରୋଞ୍ଜ ପଦକ ହାସଲ କରିଥିଲେ। କମ୍ପାଉଣ୍ଡ ତୀରନ୍ଦାଜମାନେ ତିନୋଟି ଦଳଗତ ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ଲଭଲିନା ବୋର୍ଗୋହେନ୍ ନିଜର ୨୯ତମ ଜନ୍ମଦିନରେ ଚୀନ୍ର ଜିୟି ବାଓଙ୍କୁ ୫-୦ ବ୍ୟବଧାନରେ ପରାସ୍ତ କରି ମହିଳା ୭୫ କିଗ୍ରା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ହାଙ୍ଗଜୋରେ ଜିତିଥିବା ରୌପ୍ୟ ପଦକକୁ ସ୍ୱର୍ଣ୍ଣରେ ପରିଣତ କରିଥିଲେ ଏବଂ ମେରି କମ୍?ଙ୍କ ପରେ ଏସୀୟ କ୍ରୀଡ଼ା ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ମହିଳା ହୋଇଥିଲେ। ପାର୍ଭିନ୍ ହୁଡା ମହିଳା ୬୫ କିଗ୍ରା ବର୍ଗର ଫାଇନାଲରେ ଚାଇନିଜ୍ ତାଇପେଇର ଚେନ୍ ନିଏନ୍-ଚିନ୍ଙ୍କୁ ୩-୨ ବ୍ୟବଧାନରେ ପରାସ୍ତ କରିଥିଲେ; ଚେନ୍ ଜଣେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ତଥା ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅଟନ୍ତି। ପୁରୁଷ ୮୦ କିଗ୍ରା ବର୍ଗର ଫାଇନାଲରେ ଦକ୍ଷିଣ କୋରିଆର କିମ୍ ମିନ୍-ସିଓଙ୍ଗଙ୍କୁ ୪-୦ ବ୍ୟବଧାନରେ ପରାସ୍ତ କରି ଅଙ୍କୁଶ ପାଙ୍ଗହାଲ୍ ଭାରତ ପାଇଁ ବକ୍ସିଂରେ ସ୍ୱର୍ଣ୍ଣ ପଦକର ସିଲସିଲା ବଜାୟ ରଖିଥିଲେ। କପିଲ ପୋଖରିଆ, ନରେନ୍ଦର ବେରୱାଲ ଏବଂ ପ୍ରିୟା ଘଙ୍ଘାସ୍ ତିନୋଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭାରତୀୟ କୁସ୍ତିଯୋଦ୍ଧାମାନେ ଛଅଟି ପଦକ – ଦୁଇଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ – ଜିତିଥିଲେ। ଫଳସ୍ୱରୂପ, ୧୯୬୨ ଜାକର୍ତ୍ତା ଏସୀୟ କ୍ରୀଡ଼ା ପରଠାରୁ ଏହା ଦେଶ ପାଇଁ କୁସ୍ତିରେ ସର୍ବୋତ୍ତମ ପଦକ ସଂଖ୍ୟା ହୋଇପାରିଛି। ପ୍ୟାରିସ୍ ୨୦୨୪ ବ୍ରୋଞ୍ଜ ପଦକ ବିଜେତା ଅମନ ସେହରାୱତ ପୁରୁଷ ୫୭ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ଉତ୍ତର କୋରିଆର ବିଶ୍ୱ ଚାମ୍ପିଅନ୍ ହାନ୍ ଚୋଙ୍ଗ ସଙ୍ଗ୍ଙ୍କୁ ୧୧-୭ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୁଜିତ୍ କାଲକାଲ୍ ମଧ୍ୟ ପୁରୁଷଙ୍କ ୬୫ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳାଙ୍କ ୫୩ କିଗ୍ରା ବର୍ଗରେ ଅନ୍ତିମ ପାଙ୍ଗାଲ୍ ଜାପାନର ମୋଏ କିୟୋକାଙ୍କ ଠାରୁ ୧-୯ ବ୍ୟବଧାନରେ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିବା ବେଳେ, ନିତେଶ ସିୱାଚ୍ ଗ୍ରେକୋ-ରୋମାନ୍ ୯୭ କିଗ୍ରା ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ। ଦୀପକ ପୁନିଆ ଏବଂ ସୁନୀଲ କୁମାର ବ୍ରୋଞ୍ଜ ପଦକ ଜିତିଥିଲେ। ସୁଟିଂରେ ମୋଟ ୧୫ଟି ପଦକ (ତିନୋଟି ସ୍ୱର୍ଣ୍ଣ, ଆଠଟି ରୌପ୍ୟ ଏବଂ ଚାରୋଟି ବ୍ରୋଞ୍ଜ) ମିଳିଥିଲା; ଯଦିଓ ଏହି ସଂଖ୍ୟା ହାଙ୍ଗଜୋରେ ଭାରତର ରେକର୍ଡ ୨୨ଟି ପଦକ ତୁଳନାରେ କମ୍ ଥିଲା। ନୀରୁ ଧାଣ୍ଡା ସବୁଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏବଂ ଟ୍ରାପ୍ ଇଭେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ସେ ସଟଗନ୍ ଇଭେଣ୍ଟରେ ବ୍ୟକ୍ତିଗତ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ଏବଂ ପରେ କାଇନାନ ଚେନାଇଙ୍କ ସହ ମିଶ୍ରିତ ଦଳଗତ ଟ୍ରାପ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ନୀରୁ, ଆଶିମା ଅହଲାୱାଙ୍କୁ ସହାୟତା କରିଥିଲେ।
