ନୂଆଦିଲ୍ଲୀ: ରବିବାର ଦିନ ଆୟୋଜକ ଦେଶ ଜାପାନ ଏକ ଚମତ୍କାର ଉଦ୍ଯାପନୀ ଉତ୍ସବ ଆୟୋଜନ କରି ଆଇଚି-ନାଗୋୟା ଏସୀୟ କ୍ରୀଡ଼ାର ସମାପନ କରିଥିଲା। ଏହି ଉତ୍ସବରେ ଜାପାନର ସଂସ୍କୃତି ଓ ଆତିଥେୟତାର ଜୀବନ୍ତ ପ୍ରଦର୍ଶନ ସହିତ ଆକର୍ଷଣୀୟ ଆଲୋକ ଓ ସଙ୍ଗୀତ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ତୀବ୍ର ପ୍ରତିଯୋଗିତା ମଧ୍ୟରେ ୫୦ଟି ବିଶ୍ୱ ରେକର୍ଡ ସମେତ ମୋଟ ୩୫୦ରୁ ଅଧିକ ରେକର୍ଡ ସୃଷ୍ଟି ହୋଇଥିଲା। ଆୟୋଜନ ପୂର୍ବରୁ ବିଭିନ୍ନ ପରିଚାଳନାଗତ ସମସ୍ୟା ଓ ଅବ୍ୟବସ୍ଥା ଦେଇ ଗତି କରିଥିବା ଏହି କ୍ରୀଡ଼ାର ସମାପନ ଅବସରରେ ଏସିଆର ୪୫ଟି ଦେଶର ଖେଳାଳିମାନେ ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଏକ ଉତ୍ସବମୁଖର ପରିବେଶରେ ସାମିଲ ହୋଇଥିଲେ।ଏହି ଉଦ୍ଯାପନୀ ଉତ୍ସବ ୯୦ ମିନିଟ୍ ଧରି ଚାଲିଥିଲା। ଚୀନ୍ କ୍ରମାଗତ ୧୨ତମ ଥର ପାଇଁ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଦେଶଟି ମୋଟ ୩୪୧ଟି ପଦକ (୧୬୯ ସ୍ୱର୍ଣ୍ଣ, ୮୯ ରୌପ୍ୟ ଓ ୮୩ ବ୍ରୋଞ୍ଜ) ହାସଲ କରିଥିଲା, ଯାହା ବିଦେଶରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଏହାର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ଆୟୋଜକ ଜାପାନ ୨୬୯ଟି ପଦକ (୮୩ ସ୍ୱର୍ଣ୍ଣ, ୯୫ ରୌପ୍ୟ ଓ ୯୧ ବ୍ରୋଞ୍ଜ) ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ଏବଂ ଏହା ପଛକୁ ଦକ୍ଷିଣ କୋରିଆ ୩୯ ସ୍ୱର୍ଣ୍ଣ, ୪୩ ରୌପ୍ୟ ଓ ୬୮ ବ୍ରୋଞ୍ଜ ପଦକ ସହ ରହିଥିଲା। କ୍ରାଉନ୍ ପ୍ରିନ୍ସ ଓ କ୍ରାଉନ୍ ପ୍ରିନ୍େସସ୍ ଆକିଶିନୋଙ୍କ ଉପସ୍ଥିତିରେ “ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ’ର ସଭାପତି ଶେଖ୍ ଜୋଆନ୍ ବିନ୍ ହମାଦ୍ ଅଲ୍ ଥାନି ଏହି କ୍ରୀଡ଼ାର ସମାପନ ଘୋଷଣା କରିଥିଲେ। ପରେ ଓସିଏର ପତାକା କତାରରେ ଅନୁଷ୍ଠିତ ହେବାକୁ ଥିବା ୨୦୩୦ ଏସୀୟ କ୍ରୀଡ଼ାର ଆୟୋଜକ କମିଟିର ପ୍ରତିନିଧି ସମାପନ ଉତ୍ସବର “ୱାନ୍ ଏସିଆ’ ବା “ଏକ ଏସିଆ’ ଭାବନାକୁ ପ୍ରକାଶ କରିବା ପାଇଁ ଷ୍ଟାଡିୟମ୍ର ମଧ୍ୟଭାଗରେ ଏକ ଷଡ଼ଭୁଜାକୃତି ମଞ୍ଚ ସ୍ଥାପନ କରାଯାଇଥିଲା ଏବଂ ଏହା ଥିଲା କାର୍ଯ୍ୟକ୍ରମର ମୁକ୍ଯ ଆକର୍ଷଣ। ଉତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ଏହାକୁ ଜାପାନୀ ଗ୍ରୀଷ୍ମଋତୁର ଏକ ପ୍ରମୁଖ ପ୍ରତୀକ “ଲଣ୍ଠନ’ ଦ୍ୱାରା ସୁସଜ୍ଜିତ କରାଯାଇଥିଲା।

ଓସିଏ ସଭାପତି ଶେଖ୍ ଜୋଆନ୍ ବିନ୍ ହମାଦ୍ ଅଲ୍ ଥାନି କହିଛନ୍ତି ଯେ, ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଏସୀୟ କ୍ରୀଡ଼ା କ୍ଷେତ୍ରରେ ମାନଦଣ୍ଡକୁ ଉନ୍ନତ କରିଛି। ମୁଁ ବର୍ତ୍ତମାନ ଆଇଚି-ନାଗୋୟା ଏସୀୟ କ୍ରୀଡ଼ାର ଆନୁଷ୍ଠାନିକ ସମାପ୍ତି ଘୋଷଣା କରୁଛି ବୋଲି ଅଲ୍ ଥାନି କହିଥିଲେ। ସେ କହିଲେ, “ଆଜି ରାତିରେ, ଯେତେବେଳେ ଆମେ ଆଇଚି-ନାଗୋୟା ୨୦୨୬ର ପତାକା ଅବନମନ କରୁଛୁ, ଆମେ ଏହି କ୍ରୀଡ଼ାର ସମାପ୍ତି ଘଟାଉଛୁ ସତ, କିନ୍ତୁ ଏସୀୟ କ୍ରୀଡ଼ା ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରୁଛୁ। କ୍ରୀଡ଼ା ଜ୍ୟୋତି ନିଭିଯାଇପାରେ, କିନ୍ତୁ ଏହା ଯେଉଁ ଆଶା ସଞ୍ଚାର କରିଛି, ତାହା ଆମ ମହାଦେଶରେ ଉଜ୍ଜ୍ୱଳ ଭାବେ ଜଳି ରହିବ।’ ସେ କହିଲେ ଯେ ଜାପାନରେ ଅନୁଷ୍ଠିତ ଏହି ଏସୀୟ କ୍ରୀଡ଼ା ଏସୀୟ କ୍ରୀଡ଼ାର ପରବର୍ତ୍ତୀ ପିଢ଼ିକୁ ଗଢ଼ିବାରେ ସହାୟକ ହେବ। “ପ୍ରଥମ ପ୍ରତିଯୋଗିତାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ, ଏସିଆର ଶ୍ରେଷ୍ଠ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ଆମକୁ ମନ୍ତ୍ରମୁଗ୍ଧ କରିଥିଲେ। ୫୦ରୁ ଅଧିକ ବିଶ୍ୱ ରେକର୍ଡ ସମେତ ମୋଟ ୩୫୦ରୁ ଅଧିକ ରେକର୍ଡ ଭଙ୍ଗ ହୋଇଛି। ଏହା ଆମ ଏସୀୟ କ୍ରୀଡ଼ା ପାଇଁ ଏକ ରେକର୍ଡ।’ ପରମ୍ପରା ଅନୁଯାୟୀ, ଓସିଏ ମୁଖ୍ୟ ଏସିଆର ଯୁବବର୍ଗଙ୍କୁ ଏହି ଭାବନାକୁ ଆଗକୁ ନେଇଯିବାକୁ ଏବଂ ୨୦୩୦ ମସିହାରେ ଦୋହାଠାରେ ଅନୁଷ୍ଠିତ ହେବାକୁ ଥିବା ୨୧ତମ ଏସୀୟ କ୍ରୀଡ଼ା ପାଇଁ ପୁନର୍ବାର ଏକତ୍ରିତ ହେବାକୁ ଆହ୍ୱାନ ଜଣାଇଥିଲେ। ସେପ୍ଟେମ୍ବର ୧୯ ତାରିଖରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ, ବିଭିନ୍ନ ଏସୀୟ ଦେଶ ଓ ଅଞ୍ଚଳର ବିବିଧ ଖେଳାଳିଙ୍କୁ ଇନ୍ଦ୍ରଧନୁ ରଙ୍ଗର ହୃଦୟାକୃତି ଚିତ୍ର ମାଧ୍ୟମରେ ବିଶିଷ୍ଟ ଅତିଥିମାନଙ୍କ ଆଗମନ ପରେ ଏକ ଚମତ୍କାର ଲେଜର ଆଲୋକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ “ନାଗୋୟା ସ୍କୁଲ୍ ଅଫ୍ ମ୍ୟୁଜିକ୍ ଆଣ୍ଡ ଡ୍ୟାନ୍ସ’ର କଳାକାରମାନେ “ଚେରି ବ୍ଲୋସମ୍’ (ଚେରି ଫୁଲ) ସାଜସଜ୍ଜାଯୁକ୍ତ ପୋଷାକ ପିନ୍ଧି ନିଜର କଳା ପ୍ରଦର୍ଶନ କରିଥିଲେ। ଏହା ପରେ ଖେଳାଳିମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଥିଲା। କେବଳ ପତାକା ବାହକମାନେ (ଯେଉଁଥିରେ ଭାରତର ନୀରୁ ଧାଣ୍ଡା ମଧ୍ୟ ସାମିଲ ଥିଲେ) ଏଥିରେ ଅଂଶଗ୍ରହଣ କରିଥିଲେ। ତା’ପରେ ଆଲୋକ ଓ ସଙ୍ଗୀତର ତାଳେ ତାଳେ ୪୫ଟି ଦେଶର ପ୍ରତିନିଧି ଦଳ ଷ୍ଟାଡିୟମ୍ ମଧ୍ୟରେ ପ୍ରବେଶ କରିଥିଲେ। ଏହା ପରେ ଖେଳ ସମୟର କିଛି ସ୍ମରଣୀୟ ପ୍ରଦର୍ଶନ ଓ ପ୍ରତିଯୋଗିତାର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। କତାରର ସବୁଠାରୁ ସଫଳ କ୍ରୀଡ଼ାବିତ୍ ବାଶିମ୍ ମଞ୍ଚର ମୁଖ୍ୟ ଆକର୍ଷଣ ସାଜିଥିଲେ। ସେ ଙଉଇ ପତାକା ଗ୍ରହଣ କରିଥିଲେ ଏବଂ ବିଶାଳ ପରଦାରେ ତାଙ୍କୁ ହାଇ-ଜମ୍ପ୍ (ଉଚ୍ଚ ଡିଆଁ) ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଷ୍ଟାଣ୍ଡରୁ ଖେଳ ଦେଖୁଥିବାର ଡିଜିଟାଲ୍ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହା ବ୍ୟତୀତ ତାଙ୍କୁ ଘୋଡ଼ା ଚଢ଼ିବା ଏବଂ ମଶାଲ ପ୍ରଜ୍ଜ୍ୱଳନ କରିବାର ଦୃଶ୍ୟ ମଧ୍ୟ ଦେଖାଯାଇଥିଲା। ତା’ପରେ କତାରର ଅଶ୍ୱାରୋହୀ ଜାସିମ୍ ଅଲ୍ କୁୱାରି ଘୋଡ଼ାରେ ଚଢ଼ି ଷ୍ଟାଡିୟମ୍ରେ ପ୍ରବେଶ କରିଥିଲେ ଏବଂ ବାଶିମ୍?ଙ୍କଠାରୁ ଙଉଇ ପତାକା ଗ୍ରହଣ କରିଥିଲେ। ବାହାରକୁ ଯିବା ପୂର୍ବରୁ ସେ କେନ୍ଦ୍ରୀୟ ମଞ୍ଚ ଚାରିପାଖରେ ଘୋଡ଼ା ସହ କିଛି ରାଉଣ୍ଡ ବୁଲିଥିଲେ। “ଅଲ୍ ମକାନ୍ ମକାନୁକୁମ୍’ (ଏହି ସ୍ଥାନ ଆପଣଙ୍କର) ଶୀର୍ଷକ ସୃଜନଶୀଳ ଧାରଣାଟି ଅତିଥିଙ୍କ ଆଗମନ ପୂର୍ବରୁ ସେମାନଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବାର ଭାବନାକୁ ପ୍ରତିଫଳିତ କରିଥିଲା। ଏହି ହସ୍ତାନ୍ତର ପ୍ରକ୍ରିୟାର କାହାଣୀରେ, ଓସିଏ ପତାକା “ଦୋହା ୨୦୩୦’ର ପ୍ରଥମ ଅତିଥି ଭାବରେ ବିବେଚିତ ହୋଇଥିଲା, ଯାହା ଖେଳ ଆରମ୍ଭ ହେବାର ଚାରିପଡ଼ିବ।’
