ନୂଆଦିଲ୍ଲୀ: ଦୁବାଇର କ୍ରାଉନ୍ ପ୍ରିନ୍ସ ତଥା ୟୁଏର ଉପ-ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମ୍ ଆଜି କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଭେଟିଛନ୍ତି। ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା “ଫ୍ଲାଏ-ଦୁବାଇ’ ବିମାନରେ ସହ-ପାଇଲଟ୍ଙ୍କ ଆକ୍ରମଣର ଶିକାର ହେବା ସତ୍ତ୍ୱେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇବାରେ ସେ ସହାୟକ ହୋଇଥିଲେ। ଏହି ସାକ୍ଷାତ ପରେ, ଶେଖ୍ ହାମଦାନ “ଢ’ (ଟ୍ୱିଟର)ରେ କ୍ୟାପଟେନ୍ ସ୍ମିତ୍ଙ୍କୁ ସର୍ବୋଚ୍ଚ ସ୍ତରର ସାହସ, ଦାୟିତ୍ୱବୋଧ ଏବଂ ମାନବ ଜୀବନ ପ୍ରତି ଯତ୍ନଶୀଳତାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ କ୍ୟାପଟେନ୍ ସ୍ମିତ୍ ୟୁଏଇ ନେତୃତ୍ୱବୃନ୍ଦଙ୍କ ପୂର୍ଣ୍ଣ ପ୍ରଶଂସା ଓ ସମ୍ମାନ ଲାଭ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କୁ ନିଜ ଦଳ ଓ ଦେଶର ଇତିହାସର ଏକ ଅଂଶ ଭାବରେ ପାଇ ୟୁଏଇ ଗର୍ବିତ; ସେ ଦେଶର କରୁଣା, ଶାନ୍ତି ଏବଂ ମାନବ ଜୀବନ ପ୍ରତି ସମ୍ମାନ ଭଳି ମୂଲ୍ୟବୋଧର ପ୍ରତିନିଧିତ୍ୱ କରନ୍ତି। ଆମ ତରଫରୁ ଏବଂ ଦେଶର ନେତୃତ୍ୱବୃନ୍ଦଙ୍କ ତରଫରୁ ତାଙ୍କ ପାଇଁ ଆମର ପୂର୍ଣ୍ଣ ପ୍ରଶଂସା ଓ ସମ୍ମାନ ରହିଛି। ଆମେ ଗର୍ବିତ ଯେ ସେ ଆମ ଦଳର ଏକ ଅଂଶ… ଆମ ଦେଶର ଇତିହାସର ଏକ ଅଂଶ… ଏବଂ ୟୁଏଇ ଯେଉଁ ଆଦର୍ଶ ବହନ କରେ ତାହାର ଏକ ଅଂଶ… ଏକ କରୁଣାମୟ ରାଷ୍ଟ୍ର… ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର… ଏବଂ ଜୀବନକୁ ଗୁରୁତ୍ୱ ଦେଉଥିବା ରାଷ୍ଟ୍ର ବୋଲି ଦୁବାଇର କ୍ରାଉନ୍ ପ୍ରିନ୍ସ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବୁଧବାର ଦିନ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା “ଫ୍ଲାଏ-ଦୁବାଇ’ ବିମାନ ୠତ୧୦୭୩ର କକ୍ପିଟ୍ ଭିତରେ ସହ-ପାଇଲଟ୍ଙ୍କ ଦ୍ୱାରା ମଚ୍ଛରଙ୍କୁ ଛୁରୀ ଭୁଷା ଯାଇଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲେ। ସାଉଦି ଆରବର ତାବୁକ୍ ସହରସ୍ଥିତ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇବା ପରେ, ତାଙ୍କୁ ଉନ୍ନତ ଚିକିତ୍ସା ଓ ସୁସ୍ଥତା ପାଇଁ ଆବୁଧାବିକୁ ସ୍ଥାନାନ୍ତର କରାଯାଇଛି।
