ପୁରୀ: ମହାଶକ୍ତି ଗାୟତ୍ରୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ମେ ୮ତାରିଖ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ । ଏଥିରେ ୩ ବର୍ଷ ରୁ ୬ ବର୍ଷ, ୭ ବର୍ଷ ରୁ ୯ ବର୍ଷ, ୧୦ରୁ ୧୨ ବର୍ଷ, ୧୩ରୁ ୨୦ ବର୍ଷ, ୨୧ରୁ ୩୦ ବର୍ଷ, ୩୨ରୁ ୬୦ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକା, ଯୁବକ, ଯୁବତୀ ଓ ମହିଳା ଓ ପୁରୁଷ ଏହି ଯୋଗରେ ଅଂଶଗ୍ରହଣ କରିପାରିବେ । ଏହି ପରି ୧୨ଟି ଗ୍ରୁପ କରାଯିବ । ପ୍ରତି ଗ୍ରୁପର ୧ ରୁ ୬ ପର୍ଯ୍ୟନ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ରାଜ୍ଯର ୮ ଟି ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ ।

ସମାଜରେ କୃତିତ୍ୱ ଅର୍ଜନ କରିଥିବା ସଫଳ ବ୍ଯକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯିବ । ସଂଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ବ୍ଯକ୍ତିଙ୍କ ଦ୍ୱାରା ଯୋଗଗୁରୁ,ଯୋଗ ପିଲାମାନଙ୍କୁ ସମ୍ମାନିତ କରାଯିବ । ବହୁ ଯୋଗଗୁରୁ ,ଯୋଗ ପିଲାମାନଙ୍କ ସମେତ ଦର୍ଶକ ମାନେ ଉପସ୍ଥିତ ରହି ଯୋଗ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିବାକୁ ଅନୁଷ୍ଠାନର ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।
