ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖିରିଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ନ୍ୟାୟ ପାଇଁ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା।ସମସ୍ତଙ୍କ ସାମ୍ନାରେ ହାଣି ମାରିଦେଲା ପ୍ରେମିକର ଭାଇ। ପ୍ରେମିକଙ୍କ ଘର ସମ୍ମୁଖରେ ୩ ବର୍ଷର ଝିଅକୁ ଧରି ଧାରଣାରେ ବସିଥିଲେ ପୂଜା ସ୍ୱାଇଁ ନାମକ ମହିଳା। କିଛି ସମୟ ପୂର୍ବରୁ ଯୁବତୀ ଜଣଙ୍କ ନ୍ୟାୟ ଦାବି କରିଥିଲେ। ନ୍ୟାୟ ଦାବି କରିବାର କିଛି ସମୟ ପରେ ଯୁବତୀଙ୍କୁ ହାଣିଦେଲେ ପ୍ରେମିକାର ଭାଇ। ୩ ବର୍ଷ ପୂର୍ବେ ଖରିଡା ଗାଁର ଚିଣ୍ଟୁ ଗୌଡଙ୍କୁ ପ୍ରେମ ବିବାହ କରିଥିଲେ ପୂଜା ସ୍ୱାଇଁ। ଦୁହେଁ ଅଲଗା ରହୁଥିଲେ, ତାଙ୍କର ଗୋଟେ ୩ ବର୍ଷର ଝିଅ ଥିବା ସହ ଏବେ ପୂଜା ୪ ମାସର ଗର୍ଭବତୀ ମଧ୍ୟ ଥିଲେ। ମାତ୍ର କିଛି ଦିନ ହେବ ଯୁବତୀଙ୍କ ସ୍ୱାମୀ ତାଙ୍କୁ ମାରପିଟ କରିବା ସହ କୁଆଡେ ଛାଡି ପଳାଇଥିଲେ। ତେଣୁ ପୂଜା ନ୍ୟାୟ ଦାବିରେ ସ୍ୱାମୀ ଘର ଆଗରେ ଧରଣାରେ ବସିଥିଲେ।
