କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା ରୁପ୍ରା ଜଗନ୍ନାଥ ମନ୍ଦିର ଛକରେ ମଙ୍ଗଳବାର ଟ୍ରକ ବାଇକ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ ହୋଇଛି ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପଲମ ପିଡବ୍ଲୁଡି ରାସ୍ତାର ରୁପ୍ରା ଜଗନ୍ନାଥ ମନ୍ଦିର ଛକର ବୁଲାଣିଠାରେ ଟ୍ରକ ଓ ବାଇକ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଉକ୍ତ ଦୁର୍ଘଟଣା ଯୋଗୁଁ ବାଇକ ଚାଳକଙ୍କ ମୁଣ୍ଡ ସମେତ ଦେହ ସାରା ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଟ୍ରକ ତାଙ୍କୁ ପ୍ରାୟ ପାଞ୍ଚଫୁଟ ଘୋଷାଡ଼ି ନେବାରୁ ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାକ୍ଷସ୍ଥଳରେ ହିଁ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାସ୍ତା ପାର୍ଶ୍ୱକୁ ନେବାର କିଛି ସମୟ ପରେ ହିଁ ତାଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଉକ୍ତ ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ପହଞ୍ଚି ତଦନ୍ତ କରୁଛି ।
