ପୁରୀ: ଦତ୍ତତୋଟା ସ୍ଥିତ ଉତ୍କଳ ବଚପନ୍ ସ୍କୁଲ ପରିସରରେ ଚଳିତ ମାସ ୪ ତାରିଖ ଠାରୁ ଗ୍ରୀଷ୍ମ କାଳୀନ ଶିବିର ଉଦ୍ଘାଟିତ ହୋଇଛି ।ଏଥିରେ ପୁରୀ ସହର ର ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟର ପରିଚାଳକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଙ୍କ ତତ୍ତ୍ୱାବଧାନରେ ପୁରୀ ସଦର ବ୍ଲକ ବାସୁଦେବ ବଲ୍ଲଭ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡା,କମା ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ନାରାୟଣ ଭଟ୍ଟ,ସିଦ୍ଧ

ମହାବୀର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବି,ଯୋଗ ଗୁରୁ ଆଲୋକ ସ୍ୱାଇଁ,ଚିତ୍ରାଙ୍କନ ଗୁରୁ ପ୍ରତାପ ସିଂ ମହାରଣା, କଳା ଓ ହସ୍ତ ଶିଳ୍ପୀ ଗୁରୁ ସ୍ୱୟଂପ୍ରଭା ମଲ୍ଲ ଙ୍କ ଦ୍ୱାରା ପିଲାମାନଙ୍କୁ ପେପର ରେ ୬ ପ୍ରକାର ସଖି କଣ୍ଢେଇ, ନୃତ୍ୟ,ଯୋଗ, ହସ୍ତ ଶିଳ୍ପ କାର୍ଯ୍ୟକ୍ରମ ଶିକ୍ଷାଦାନ କରାଯାଉଛି ।ପପେଟ ମଧ୍ୟରେ ପିଲାମାନଙ୍କୁ କିଭଳି ଭାବେ ପେପର ରେ ମାସ୍କ , ଫିଙ୍ଗର, ଶାଡୋ, ରଡ ଏବଂ ଷ୍ଟ୍ରିଙ୍ଗ କଣ୍ଢେଇ ପ୍ରସ୍ତୁତ କରାଯିବ ତାହା ଶିକ୍ଷାଦାନ କରାଯାଇଛି ।ଏଥିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ରିନା ରାୟ,ରାଜକୁମାରୀ କୁଣ୍ଡୁ,କବିତା ଦାସ,ସୁପ୍ରଭା ମହାନ୍ତି,ସ୍ୱାଗତିକା ପଣ୍ଡା,ରୋଜାଲିନ ନାୟକ ପୂର୍ଣ୍ଣ ସହଯୋଗ କରିଥିଲେ ।
