ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରେ ୬,୪୯୮.୨୦ କୋଟି ଟଙ୍କାର ଠକେଇ ମାମଲାରେ, ଫେରାର ବ୍ୟବସାୟୀ ନୀରବ ମୋଦୀଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ ଟଇଋ (ସଂଯୁକ୍ତ ଆରବ ଏମିରେଟ୍ସ) ରୁ ସଫଳତାର ସହ ପ୍ରତ୍ୟର୍ପଣ କରାଇବା ପରେ ସିବିଆଇ ଗିରଫ କରିଛି ବୋଲି ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି। ବିଭିନ୍ନ ସଂସ୍ଥା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗସୂତ୍ର ଭାବେ କାର୍ଯ୍ୟ କରିବା, ସେଗୁଡ଼ିକର ଦୈନନ୍ଦିନ କାର୍ଯ୍ୟକଳାପ ତଦାରଖ କରିବା ଏବଂ ପ୍ରମାଣ ଲୁଚାଇବା ପାଇଁ ଗୁପ୍ତ ତଥା “ସ୍ୱୟଂ-ବିଲୋପୀ’ ଯୋଗାଯୋଗ ପ୍ଲାଟଫର୍ମ ମାଧ୍ୟମରେ ନିର୍ଦ୍ଦେଶ ଜାରି କରିବା ଭଳି କାର୍ଯ୍ୟରେ ସେ ଜଡ଼ିତ ଥିଲେ। ଜୁଲାଇ ମାସରେ ଉଈଓ ର ଅନୁରୋଧ କ୍ରମେ ଜାରି କରାଯାଇଥିବା ଇଣ୍ଟରପୋଲ୍ “ରେଡ୍ ନୋଟିସ୍’ ଆଧାରରେ ତାଙ୍କୁ ୟୁଏଇରୁ ପ୍ରତ୍ୟର୍ପଣ କରାଯାଇଥିଲା। ସିବିଆଇର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, “ଏହା ପରେ, ସିବିଆଇ କର୍ତ୍ତୃପକ୍ଷ ତାଙ୍କର ଅବସ୍ଥାନ ଚିହ୍ନଟ କରି ଗିରଫ କରିଥିଲେ ଏବଂ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା… ସେ ସେପ୍େଟମ୍ବର ୨୮ ତାରିଖ ରାତି ୧୧:୫୫ ସମୟରେ ମୁମ୍ବାଇରେ ପହଞ୍ଚିଥିଲେ। ସେଠାରେ ସିବିଆଇ ଏବଂ ବ୍ୟାଙ୍କ ସିକ୍ୟୁରିଟିଜ୍ ଆଣ୍ଡ ଫ୍ରଡ୍ ବ୍ରାଞ୍ଚ, ମୁମ୍ବାଇର ଅଧିକାରୀମାନେ ତାଙ୍କୁ ହେପାଜତକୁ ନେଇଥିଲେ ଏବଂ ତାଙ୍କୁ ସମ୍ପୃକ୍ତ କୋର୍ଟରେ ହାଜର କରାଇ ଜେଲ୍ ହେପାଜତକୁ ପଠାଯାଇଥିଲା।’ ଅଭିଯୋଗ ରହିଛି ଯେ, ହୀରା, ସୁନା ଏବଂ ମୁକ୍ତା ଅଳଙ୍କାରର କାଳ୍ପନିକ ବାଣିଜ୍ୟ ଦେଖାଇବା ପାଇଁ ମିସ୍ତ୍ରୀ ଜାଲ୍ ଆମଦାନୀ-ରପ୍ତନି ଦସ୍ତାବିଜ୍ ପ୍ରସ୍ତୁତ କରିବାରେ ସହାୟତା କରିଥିଲେ। “ଏହା ବ୍ୟତୀତ, ସେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ବିଦେଶୀ କମ୍ପାନୀଗୁଡ଼ିକର ଡମି ଡାଇରେକ୍ଟର” (ନାମମାତ୍ର ନିର୍ଦ୍ଦେଶକ) ମାନଙ୍କୁ ଗିରଫ କରିବାର ଭୟ ଦେଖାଇବା, ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା, ସେମାନଙ୍କର ଇଲେକ୍ଟ୍ରୋନିକ୍ ଉପକରଣ ଜ ‘ଏହି ମାମଲାରେ ସକ୍ଷମ ଅଦାଲତଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି। ସିବିଆଇକହିଛି ଯେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ନିଜର ମୋବାଇଲ୍ ଫୋନ୍ ମଧ୍ୟ ନଷ୍ଟ କରିଦେଇଥିଲେ ଏବଂ ଗିରଫ ହେବାର ଭୟ ଦେଖାଇ ସେମାନଙ୍କୁ କାଏରୋ ସ୍ଥାନାନ୍ତରିତ ହେବାକୁ ବାଧ୍ୟ କରାଯାଇଥିଲା। ମିସ୍ତ୍ରୀଙ୍କୁ ଗିରଫ କରିବା ପରେ, ଏଜେନ୍ସି ତାଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ହାଜର କରାଇଥିଲା କିନ୍ତୁ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରିନଥିଲା। ଏହା ପରେ ଅଦାଲତ ମିସ୍ତ୍ରୀଙ୍କୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ନଭେମ୍ବର ୨୦୨୫ରେ ଏକ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଜାରି କରାଯାଇଥିବା ଏକ ଅଣ-ଜାମିନଯୋଗ୍ୟ ୱାରେଣ୍ଟ ଆଧାରରେ ଏହି ଗିରଫଦାରୀ କରାଯାଇଥିଲା। ମିସ୍ତ୍ରୀ ନିରବ ମୋଦୀଙ୍କ ହଂକଂ-ଭିତ୍ତିକ କମ୍ପାନୀ “ଫ୍ୟାନ୍ସି କ୍ରିଏସନ୍ସ ଲିମିଟେଡ୍’ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସିବିଆଇ ଅଭିଯୋଗ କରିଛି ଯେ ମୋଦୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର ରଚିବାରେ ମିସ୍ତ୍ରୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ; ଏହି ଷଡଯନ୍ତ୍ର ଫଳରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ପ୍ରାୟ ୬,୪୯୮.୨୦ କୋଟି ଟଙ୍କାର ଠକେଇ କରାଯାଇଥିଲା। ୨୦୧୮ ମସିହାରୁ ନିରବ ମୋଦୀ, ତାଙ୍କ ମାମୁଁ ମେହୁଲ ଚୋକସି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ (ଅର୍ଥ ହେରଫେର) ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଦ୍ୱାରା ତଦନ୍ତ କରାଯାଉଛି। ସେମାନଙ୍କ ବିରୁଦ୍ଧରେ ସିବିଆଇ ମଧ୍ୟ ତଦନ୍ତ କରୁଛି। ମୁମ୍ବାଇସ୍ଥିତ ଚଘଈର ବ୍ରାଡି ହାଉସ୍ ଶାଖାରେ ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଜାଲ୍ “ଲେଟର୍ ଅଫ୍ ଅଣ୍ଡରଟେକିଂ’ ଜାରି କରି ୨ ବିଲିୟନ ଆମେରିକୀୟ ଡଲାର (୧୩,୦୦୦ କୋଟି ଟଙ୍କାରୁ ଅଧିକ)ର ବ୍ୟାଙ୍କ ଠକେଇ କରିଥିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି, ଯେଉଁଥିରେ ମୋଦୀ ୬,୪୯୮ କୋଟି ଟଙ୍କା ହଡପ କରିଥିଲେ।
