ବାଲିଗୁଡା : ବେଲଘର ଥାନା ଗୁମା ପଂଚାୟତ ର ସାପେରି ଗାଁ ରେ ଚାଞ୍ଚଲ୍ୟ । ଶଶୁର ଘର ଗାଁ ରେ ଜ୍ୱାଇଁ ଙ୍କୁ ଦେଶୀ ବନ୍ଧୁକ ରୁ ଗୁଳି କରି ହତ୍ୟା କଲେ ନିଜ ଦୁଇ ଶଳା କ୍ଷ ଶୀକାର କରିବା ନାଁ ରେ ଶଶୁର ଘରୁ ଡାକି ନେଇ ସାପେରି ଗାଁ ରୁ ଦୁଇ କିଲୋମିଟର ଦୂର ରେ ଥିବା ନିକଟସ୍ଥ ଜଙ୍ଗଲ ରେ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ବେଲଘର ଥାନା ତୁଆକଲା ଗାଁ ର କାମଦେବ ମାଝୀ । କାମଦେବ ଗୁମା ପଂଚାୟତ ର ସାପେରି ଗାଁ ର ନରେନ୍ଦ୍ର ମାଝୀ ଙ୍କ ଝିଅ କୁ ବାହା ହୋଇ ଶଶୁର ଘରେ ଦୀର୍ଘ ବର୍ଷ ହେବ ରହୁଥିଲେ ।ତେବେ ଶଶୁର ଘର ପରିବାର ରେ ଜମିବାଡ଼ି କୁ କେନ୍ଦ୍ର କରି ପୂର୍ବରୁ ବିବାଦ ରହିଥିଲା। ତେବେ କାମଦେବ ଶଶୁର ଘରେ ରହିବା ପରେ ସମ୍ପତ୍ତି ର ଅଧିକାରୀ ଆଗକୁ ହେବେ ଭାବି ପରିବାର ରେ ମତାନ୍ତର ରହିଥିଲା । ତେଣୁ ତାଙ୍କ ବଡ଼ ବାପା ର ଦୁଇ ପୁଅ ଜମି ଭାଗ ବଣ୍ଟା କୁ ନେଇ ନିଜ ଜ୍ୱାଇଁ ଙ୍କୁ ରାସ୍ତା ରେ କଣ୍ଟା ଭାବି ହତ୍ୟା କରିଥିବା ଜଣା ପଡିଛି ।ତେଣୁ ଯୋଜନା ବଦ୍ଧ ଭାବେ ମୃତ କାମଦେବ ଙ୍କ ଦୁଇ ଶଳା ଘରୁ ଶୀକାର ପାଇଁ ଡାକି ନେଇ ଦେଶୀ ବନ୍ଧୁକ ରୁ ଗୁଳି କରିଥିଲେ । କାମଦେବ ଙ୍କ ଦେହ ରେ ଗୁଳି ବାଜି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ପରିବାର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାମଦେବ ଙ୍କୁ ମୃତ ଅବସ୍ଥା ରେ ଉଦ୍ଧାର କରିଥିଲେ । ବେଲଘର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କଣ ପାଇଁ କେଉଁ ଉଦେଶ୍ୟ ରେ ଗୁଳି କରି ହତ୍ୟା କରାଯାଇଛି ସେ ନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବେଲଘର ଥାନା ଅଧିକାରୀ କହିଛନ୍ତି।
