ଫୁଲବାଣୀ : ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ସଭାପତି ସୁଜିତ୍ କୁମାର ବେହେରା,ଙ୍କ ନେତୃତ୍ୱରେ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ ବେହେରା ଙ୍କ ତତ୍ତ୍ୱବଧାନରେ ଅନୁବନ୍ଧିତ (କେଡିଜେୟୁ) କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆଜି ମଇ ୧ ଆନ୍ତର୍ଜାତୀୟ ଶ୍ରମିକ ଦିବସ ରେ ସାମ୍ବାଦିକ ମାନଙ୍କ ବହୁତ ଦିନର ଦାବି ପେନସନ୍, ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବିରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ମାନେ ମିଳିତ ଭାବେ କଳା ବ୍ୟାଚ୍ ପରିଧାନ କରି ଧାରଣା ଦେଇଥିଲେ। ଏହି କଳା ବ୍ୟଚ୍ ପରିଧାନ ପ୍ରବାଦ କାର୍ଯ୍ୟକ୍ରମ ବେଳେ ବରିଷ୍ଠ ସଦସ୍ୟ ଅଶୋକ କୁମାର ମହାନ୍ତି,ପ୍ରତାପ କିଶ୍ୱର ବେହେରା ,ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଫିଲମୋହନ ନାୟକ,ସୁବାସ ଚନ୍ଦ୍ର ପ୍ରଧାନ,ଶି୍ୱ ପ୍ରସାଦ ତ୍ରିପାଠୀ,ରଞ୍ଜନ କୁମାର ଦାସ,ଗୌରହରି ବେହେରା, ବଳଦେବ ବେହେରା,ଶ୍ରୀ ଭ୍ରମର ବେହେରା,ଶ୍ରୀ ପାର୍ଥସାରଥୀ ବିଶ୍ୱାଳ,ଶ୍ରୀ ହୁରଞ୍ଜନ ସେଠୀ, ଶ୍ରୀ ବିଶ୍ୱରଂଜନ ସାମନ୍ତରାୟ,ଶ୍ରୀ କାହ୍ନା ପଟ୍ଟନାୟକ ତଥା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧ?ିକ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ସାମ୍ବାଦିକ ମାନଙ୍କର ଦୀର୍ଘଦିନର ପେନସନ୍, ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଆଦି ପ୍ରମୁଖ ଦାବି ସମେତ ଅନ୍ୟାନ୍ୟ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କୁ ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାର ସାମ୍ବାଦିକ ମାନଙ୍କର ବହୁ ଦିନର ଦାବି ପୂରଣ ନକରି କାଳ କ୍ଷେପଣ ନୀତି ଆପଣାଇ ଥିବାରୁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଯାଇଛି। ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ତର ହେବ ବୋଲି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ବେହେରା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।
