କଳାହାଣ୍ଡ: ଗଞ୍ଜେଇ ମାଫିଆଙ୍କ ନୂଆ ଫର୍ମୁଲା । କୋରିଅରରେ ଚାଲାଣ ହେଉଥିଲା ବେଆଇନ୍ ଗଞ୍ଜେଇ । ମାଡ଼ି ବସିଲା କଳାହାଣ୍ଡି ଅବକାରୀ ବିଭାଗ । ଉତ୍ତର ପ୍ରଦେଶ ଚାଲାଣ ବେଳେ ଜବତ ହେଲା ୩୨ ପେଟି ଗଞ୍ଜେଇ । ଭବାନୀପାଟଣାର ଏକ କୋରିଅର ଅଫିସରୁ ଆନୁମାନିକ ୪୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ମାଛ ପେଟି ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତର ପ୍ରଦେଶକୁ ପଠାଯାଉଥିବା ଜଣାପଡ଼ିଛି ।କୋରିଅରରେ ଗଞ୍ଜେଇ ଚୋରା ଚାଲାଣ ଜଣେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣାରେ ଚାଲାଣ ହେଉଥିଲା ଗଞ୍ଜେଇ ସବୁଠାରୁ ଚର୍ଚ୍ଚାର ବିଷୟ, ଯେଉଁ ଠିକଣାକୁ ଏହି ପାର୍ସଲ୍ ପଠାଯାଉଥିଲା, ସେଠାରେ ଉତ୍ତର ପ୍ରଦେଶର ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣା ରହିଥିବା ଜଣାପଡ଼ିଛି । ତେବେ ପାର୍ସଲ୍ରେ ଜଜ୍ଙ୍କ ନାମ ନଥିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ମଧ୍ୟ ଉଲ୍ଲେଖ ନାହିଁ ।

କୋରିଅର୍ ମାଧ୍ୟମରେ ଏତେ ପରିମାଣର ଗଞ୍ଜେଇ ଚାଲାଣ ପଛରେ କିଏ ରହିଛି କାହିଁକି ବୁଲନ୍ଦ ସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣାକୁ ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଯାଇଥିଲା ଏସବୁ ଦିଗରେ ତଦନ୍ତ ଜାରି ରହିଛି । ଅବକାରୀ ବିଭାଗର ତଦନ୍ତ ପରେ ଘଟଣା ପଛର ପୂରା ରହସ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । କୋରିଅରରେ ଗଞ୍ଜେଇ ଚୋରା ଚାଲାଣ ଗଞ୍ଜେଇ ମାଫିଆଙ୍କ ନୂଆ ଫର୍ମୁଲା: ତେବେ ପୁର୍ବରୁ ବିଭିନ୍ନ ଗାଡ଼ି ମାନଙ୍କରେ ବେସ୍ ଚତୁରତାର ସହ ଗଞ୍ଜେଇ ଚାଲାଣ ହେଉଥିଲା । ଅନେକ ସମୟରେ ପୋଲିସ ଓ ଅବକାରୀ ବିଭାଗର ଚଢାଉ ଫଳରେ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ଗାଡ଼ି ଗୁଡ଼ିକୁ ଜବତ କରାଯାଉଥିଲା । ପୋଲିସ ଓ ଅବକାରୀ ବିଭାଗର ତତ୍ପରତା ଯୋଗୁଁ ଏବେ ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣର ନୂଆଁ ଉପାୟ ଅବଲମ୍ବନ କରୁଛନ୍ତି ।

କେତେବେଳେ ଅନଲାଇନ୍ ମାଧ୍ୟମରେ ଶାଢୀ ଅର୍ଡର ନାଁରେ ତ ପୁଣି ଏବେ ମାଛ ବାକ୍ସ ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ । ଯାହାକୁ ନେଇ ଏବେ ତତ୍ପର କଳାହାଣ୍ଡି ଅବକାରୀ ବିଭାଗ । କୋରିଅରରେ ଗଞ୍ଜେଇ ଚୋରା ଚାଲାଣ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଅବକାରୀ ଆରକ୍ଷୀ ଅଧୀକ୍ଷକ ସାଗରିକା ପ୍ରଧାନ କହିଛନ୍ତି,” ଆମକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଭବାନୀପାଟଣାରେ ଥିବା ସେଫ୍ ଏକ୍ସପ୍ରେସ୍ କୋରିଅର୍ ସର୍ଭିସ୍ ମାଧ୍ୟମରେ ଗଞ୍ଜେଇ ବହୁତ ପରିମାଣରେ ଟ୍ରାନ୍ସପୋର୍ଟେସନ ହେବାର ଅଛି । ଏହାପରେ ଆମେ ଉକ୍ତ କୋରିଅରର ଗୋଦାମ୍ ଖୋଲି ଯାଞ୍ଚ କରିବା ସମୟରେ ପେଟି ଭିତରେ ବିଫୁଳ ଗଞ୍ଜେଇ ମିଳିଥିଲା । ଏହି ଘଟଣାକୁ ନେଇ ଆମର ତଦନ୍ତ ଚାଲିଛି । ପୂର୍ବରୁ ବି ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଆମେ ନିଶ୍ଚିତ ଏହାର ମାଷ୍ଟର୍ ମାଇଣ୍ଡକୁ ଗିରଫ କରିବୁ ।
