ବାରିପଦା; ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂଥାନ ଅଞ୍ଚଳ କୁଲୁଘୁଟୁ ଗ୍ରାମ୍ର ନାଣ୍ଡୁଆନାଳରେ ଶନିବାର ଦିନ ପୂର୍ବାହ୍ନ ୧୧ ଘଟିକାରେ ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇ ଜଣେ ଯୁବକ ପ୍ରଖର ସ୍ରୋତରେ ଭାଷି ଯାଇଥିବା ର ଅଭିଯୋଗ ହୋଇଥିଲା ।ସୂଚନାଯୋଗ୍ୟ, ପଡୋଶୀ ଝାଡଖଣ୍ଡ ରାଜ୍ଯର ପଶ୍ଚିମସିଂହଭୂମ ଜିଲ୍ଲାର ତାନ୍ତେନଗର ଥାନା ଅଞ୍ଚଳର କାକେହୋ ଗ୍ରାମର ସ୍ୱର୍ଗତ ଦୁର୍ଯୋଧନ କାଲୁଣ୍ଡିଆଙ୍କ ୧୭ ବର୍ଷିୟ ନାବାଳକ ପୁଅ ଶୁକ୍ରା କାଲୁଣ୍ଡିଆ କୁଲୁଘୁଟୁ ଗ୍ରାମରେ ମାମୁଁ ଘରେ ରହି ଦିର୍ଘବର୍ଷ ହେଲା ପଢ଼ାପଢ଼ି କରୁଥିଲା ।ଗତକାଲି ନାଣ୍ଡୁଆନାଳରେ ସାଙ୍ଗସାଥୀ ଙ୍କ ସହ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିବା ଭଳି ଦୁଃଖଦ ଘଟଣା ଘଟି ଯାଇଥିଲା ।୍ୱଢିପାଣି ଯୋଗୁଁ ଗତକାଲି ବହୁ ଖୋଜାଖୋଜି କରି ଶୁକ୍ରାକୁ ପାଇ ନଥିଲେ ।ଆଜି ଅଗ୍ନିଶମ ବିଭାଗ ଦ୍ୱାରା ମୃତକକୁ ଉଦ୍ଧାର କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
