ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ ଗୁଜରାଟର ଅହମଦାବାଦ ସ୍ଥିତ ସାବରମତୀ ରେଳ ଷ୍ଟେସନରୁ ଦେଶର ପ୍ରଥମ ସିଏନଜି-ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିବା ସହ ୧,୪୭୨ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଗୃହମନ୍ତ୍ରୀ ଶାହ ରେଳ ଇଞ୍ଜିନ୍ର ରକ୍ଷଣାବେକ୍ଷଣ ପାଇଁ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଡବ୍ଲୁଏଜି -୧୨ ରକ୍ଷଣାବେକ୍ଷଣ ସେଡ୍ର ମଧ୍ୟ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଗୃହମନ୍ତ୍ରୀ ଶାହ କହିଥିଲେ ଯେ ସିଏନଜି-ଚାଳିତ ଟ୍ରେନ୍ ପରିବେଶ ସୁରକ୍ଷାରେ ସହାୟକ ହେବ ଏବଂ ସେ ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକୁ ପରିବେଶଗତ ସ୍ଥାୟିତ୍ୱ, ଯାତ୍ରୀ ସୁବିଧା ଓ ରେଳ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସାବରମତୀ ରେଳ ଅଞ୍ଚଳରେ ଯାତ୍ରୀ ସୁବିଧା, ସୁରକ୍ଷା ଏବଂ ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ, ସରଳ ଜୀବନଯାପନ, ଗ୍ରାମୀଣ ବିକାଶ ଏବଂ ଖାଦି ସହ ଜଡ଼ିତ ସାବରମତୀର ସମ୍ପର୍କକୁ ମନେ ପକାଇ ଗୃହମନ୍ତ୍ରୀ ଶାହ କହିଥିଲେ ଯେ ଏହି ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାର ଯାତ୍ରା ସାବରମତୀରୁ ହିଁ ଆରମ୍ଭ ହୋଇଥିଲା। ୧,୪୭୨ କୋଟି ଟଙ୍କାର ପ୍ରକଳ୍ପ ଏବଂ “କବଚ’ ସୁରକ୍ଷା ବ୍ୟବସ୍ଥା। ଗୃହମନ୍ତ୍ରୀ ମୁମ୍ବାଇ ନିକଟସ୍ଥ ଜବାହରଲାଲ୍ ନେହେରୁ ବନ୍ଦରରୁ ଭଦୋଦରା ପର୍ଯ୍ୟନ୍ତ ଦେଶର ପ୍ରଥମ ଦୀର୍ଘ-ଦୂରଗାମୀ ଡବଲ୍-ଷ୍ଟାକ୍ କଣ୍ଟେନର ଟ୍ରେନର ସଫଳ ପରୀକ୍ଷଣ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ ମାଲ୍ ପରିବହନ ପାଇଁ ଭାରତର ରେଳ ନେଟୱାର୍କ ସୀମିତ ରହିଛି ଏବଂ ଡବଲ୍-ଷ୍ଟାକ୍ ମାଲ୍ବାହୀ ଟ୍ରେନର ସଫଳ ପ୍ରଚଳନ ଦ୍ୱାରା ମାଲ୍ ପରିବହନ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇପାରିବ। ଗୃହମନ୍ତ୍ରୀ ଶାହ କହିଥିଲେ ଯେ ୧୧,୦୦୦ କିଲୋମିଟର ଲମ୍ବା କରିଡରକୁ ଚାରି-ଲେନ୍ ବିଶିଷ୍ଟ ନେଟୱାର୍କରେ ପରିଣତ କରାଯାଉଛି, ଯାହା ଦିଲ୍ଲୀ-ହାୱଡା ଏବଂ ଦିଲ୍ଲୀ-ଗୁଆହାଟୀ ମାର୍ଗରେ ଯାତାୟାତକୁ ସୁଗମ କରିବ।୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଭାରତୀୟ ରେଳବାଇର ଆଧୁନିକୀକରଣ ଫଳସ୍ୱରୂପ ସ୍ୱତନ୍ତ୍ର ମାଲ୍ ପରିବହନ କରିଡର, ଦ୍ରୁତଗାମୀ ରେଳ ବ୍ୟବସ୍ଥା ଏବଂ ଉନ୍ନତ ରେଳ ଷ୍ଟେସନଗୁଡ଼ିକର ପ୍ରଚଳନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ନିକଟରେ ହାଇଡ୍ରୋଜେନ୍ ଚାଳିତ ଟ୍ରେନର ଶୁଭାରମ୍ଭ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ ଏହା ଭାରତକୁ ଏହି ଜ୍ଞାନକୌଶଳ ଥିବା ଚାରୋଟି ଦେଶ ମଧ୍ୟରେ ସ୍ଥାନିତ କରିଛି। ଗୃହମନ୍ତ୍ରୀ ଶାହ ରେଳବାଇରେ ଡିଜେଲ୍ ବ୍ୟବହାର ହ୍ରାସ ପାଇବା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ୨୦୧୫-୧୬ ମସିହାରେ ୨୯୩ କୋଟି ଲିଟରରୁ ହ୍ରାସ ପାଇ ୨୦୨୪-୨୫ ମସିହାରେ ୧୦୮ କୋଟି ଲିଟରକୁ ଖସି ଆସିଛି। ଗୃହମନ୍ତ୍ରୀ ଶାହ କହିଥିଲେ ଯେ ରେଳବାଇ ବିଦ୍ୟୁତକରଣ ପରିମାଣ ୨୦୧୦-୧୧ ମସିହାରେ ୭୫ କିଲୋମିଟର ଥିବାବେଳେ ୨୦୨୩-୨୪ ମସିହାରେ ତାହା ୭,୧୮୮ କ କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରାଯାଇଥିବା ସମୟ ମଧ୍ୟରେ ରେଳବାଇ ସୁରକ୍ଷା ବାବଦ ଖର୍ଚ୍ଚ ୬୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଲୋକୋମୋଟିଭ୍ (ଇଞ୍ଜିନ୍) ଉତ୍ପାଦନ କ୍ଷମତା ୬୬ ପ୍ରତିଶତ ବୃଦ୍ଧି ପାଇଛି। ସେ ସରକାରଙ୍କ “ମେକ୍ ଇନ୍ ଇଣ୍ଡିଆ’ ଏବଂ “ଆତ୍ମନିର୍ଭର ଭାରତ’ ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଲୋକୋମୋଟିଭ୍ ସମେତ ରେଳବାଇ ଉପକରଣ ଉତ୍ପାଦନ କ୍ଷେତ୍ରରେ ଭାରତର ଘରୋଇ କ୍ଷମତାକୁ ସୁଦୃଢ଼ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଶାହ ବିଭିନ୍ନ ସମୟରେ ଗୁଜୁରାଟ ପାଇଁ ହୋଇଥିବା ରେଳବାଇ ବଜେଟ୍ ଆବଣ୍ଟନର ତୁଳନା କରି କହିଥିଲେ ଯେ ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟର ରେଳ ବଜେଟ୍ ୫୮୯ କୋଟି ଟଙ୍କା ଥିବାବେଳେ ୨୦୨୬-୨୭ ପାଇଁ ଏହି ଆବଣ୍ଟନ ପରିମାଣ ୧୭,୩୬୬ କୋଟି ଟଙ୍କା ରହିଛି। ସେ କହିଥିଲେ ଯେ ଏହି ସଂଖ୍ୟାଗୁଡ଼ିକ ରେଳବାଇ ବିକାଶର ଗତିରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଉଛି ଏବଂ ସେ ବିରୋଧୀ ଦଳର ନେତାମାନଙ୍କୁ ତଥ୍ୟ ଓ ସଂଖ୍ୟା ଆଧାରରେ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆହ୍ୱାନ ଦେଇଥିଲେ।
