ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଆଇପିଏଲ୍ ୨୦୨୬ ର ୪୦ ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଥିଲା। ରାଜସ୍ଥାନ ୬ ୱିକେଟରେ ବିଜୟୀ ହୋଇଛି। ଏହା ଆଇପିଏଲ୍ ୨୦୨୬ ରେ ପଞ୍ଜାବ କିଙ୍ଗସ୍ର ପ୍ରଥମ ପରାଜୟ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି, ପ୍ରଭସିମରନ୍ ସିଂହ ଏବଂ ମାର୍କସ୍ ଷ୍ଟୋଇନିସଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ୨୨୨ ରନ କରିଥିଲା। ଜବାବରେ, ରାଜସ୍ଥାନ ଶେଷ ଓଭରରେ ସ୍କୋରକୁ ପିଛା କରିଥିଲା । ୨୨୩ ରନର ପିଛା କରୁଥିବା ରାଜସ୍ଥାନର ଆରମ୍ଭ ବୈଭବ ଏବଂ ଯଶଶ୍ୱୀଙ୍କ ସହିତ ଭଲ ହୋଇଥିଲା। ବୈଭବ ୧୬ ବଲ୍ରେ ୫ଟି ଛକା ଏବଂ ୩ଟି ଚୌକା ମାରି ୪୩ ରନ କରିଥିଲେ, ଅର୍ଥାତ୍ ସେ କେବଳ ୧ ରନ ଦୌଡ଼ି କରି ଥିଲେ । ହେଲେ ଚତୁର୍ଥ ଓଭରରେ ଅର୍ଶଦୀପ ତାଙ୍କୁ ଆଉଟ୍ କରିଥିଲେ। ଏହାପରେ ଯଶଶ୍ୱୀ ଏକ ଧମାକାଦାର ଇନିଂସ ଆରମ୍ଭ କରିଥିଲେ, ସେ ୨୭ ବଲ ୫୧ ରନ୍କରିଥିଲେ । ରିୟାନ ପରାଗ ମଧ୍ୟ ଭଲ ବ୍ୟାଟିଂ କରିଥିଲେ, ଏବଂ ଧ୍ରୁବ ଜୁରେଲ ମଧ୍ୟ ୧୬ ରନ୍ କରିଥିଲେ । କିନ୍ତୁ ପରେ ଫେରିରା ଏବଂ ଶୁଭମ ଦୁବେ ଝଡ଼ ସୃଷ୍ଟି କରିଥିଲେ । ଫେରିରା ୨୬ ବଲ୍ରୁ ଅପରାଜିତ ୫୨ ରନ୍ କରିଥିଲେ, ଶୁଭମ ୧୨ଟି ବଲ୍ରୁ ଅପରାଜିତ ୩୧ ରନ୍ କରି ଥିଲେ । ରାଜସ୍ଥାନ ୬ ୱିକେଟରେ ମ୍ୟାଚିତିଥିଲା । ପଞ୍ଜାବ କିଙ୍ଗସର ବିଶାଳ ଟାର୍ଗେଟ୍ର ପିଛା କରି ମ୍ୟାଚ୍ ଜିତିଲା ରାଜସ୍ଥାନ। ୧୯ .୨ ଓଭରରେ ୪ ୱିକେଟ୍ରେ ୨୨୮ରନ୍ କରି ମ୍ୟାଚ୍କୁ ଛଡ଼େଇ ଆଣିଲା ପଞ୍ଜାବ ହାତରୁ। ପଞ୍ଜାବ ପାଇଁ ଇନିଂସର ଆରମ୍ଭ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂହ କରିଥିଲେ। ପ୍ରିୟାଂଶ ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ ଆରମ୍ଭକରିଥିଲେ , କିନ୍ତୁ ୩ୟ ଓଭରରେ ଜୋଫ୍ରା ଆର୍ଚର ତାଙ୍କର ୱିକେଟ୍ ନେଇଥିଲେ। ପ୍ରିୟାଂଶଙ୍କ ବ୍ୟାଟ୍ରୁ ୧୧ଟି ବଲରେ ୨୯ ରନ୍ ଆସିଥିଲା। କିନ୍ତୁ ଏହାପରେ ପ୍ରଭସିମରନ ସିଂହ ଓ କୁପର କୋନଲି ପାଳି ସମ୍ଭାଳି ଥିଲେ ଏବଂ ପାୱରପ୍ଲେରେ ପଞ୍ଜାବର ସ୍କୋର ୬୫-୧ ରେ ପହଞ୍ଚାଇ ଥିଲେ। କିନ୍ତୁ ୯ମ ଓଭରରେ ପଞ୍ଜାବକଦ୍ୱିତୀୟ ଝଟକା ଲାଗିଥିଲା। କୋନଲି ୩୦ ରନ୍ କରି ଆଉଟ୍ ହୋଇଥିଲେ। ଏହି ମଧ୍ୟରେ , ୧୨ମ ଓଭରରେ ପ୍ରଭସିମରନ ସିଂହ ୩୫ଟି ବଲରେ ଫିଫ୍ଟି କରିଥିଲେ। କିନ୍ତୁ ପ୍ରଭସିମରନ ୪୪ ଟି ବଲରେ ୫୯ ରନ କରି ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ ଆୟର ମଧ୍ୟ ୨୭ଟି ବଲରେ ୩୦ ରନ୍ କରି ପାରି ଥିଲେ। କିନ୍ତୁ ମାର୍କସ ଷ୍ଟୋଇନିସ ଦ୍ରୁତ ଗତିରେ ରନ କରିଥିଲେ। ୨୦ଟି ବଲରେ ଫିଫ୍ଟ କରିଥିଲେ। ଯେଉଁଥି ପାଇଁ ପଞ୍ଜାବର ଟିମ୍ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। ପଞ୍ଜାବ (ପ୍ଲେଇଂ ଇଲେଭନ) : ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍, ବିଜୟ କୁମାର ବୈଶାଖ, ୟୁଝବେନ୍ଦ୍ର ଚହଲ । ରାଜସ୍ଥାନ ରୟାଲ୍ସ (ପ୍ଲେଇଂ ଇଲେଭନ) : ଯଶସ୍ୱୀ ଜୈସ୍ୱାଲ୍, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ), ଶିମରୋନ ହେଟମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ବ୍ରିଜେଶ ଶର୍ମା, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ
