ବାଲିଗୁଡା: ଆଜି ଠାରୁ ଘୁ ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଠାରେ ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ନିମନ୍ତେ ମିଶନ ଶକ୍ତି ବିଭାଗ ଓ ଟଘୠଚଇ ଓ ଚଜଋଗ ସ୍ୱେଛାସେବୀ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟ ରେ ୫ ଦିନିଆ ଡିଜି ଶକ୍ତି ତାଲିମ୍ ର ଆଜି ଉଦଘାଟନ କରାଯାଇଅଛି. ଏହି ଉଦଘାଟନ ଉତ୍ସବ ରେ ଘୁ ଉଦୟଗିରି ର ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ମିଶ୍ର, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ କଳ୍ପନା ଶତପଥୀ,ମିଶନ ଶକ୍ତି ଜିଲ୍ଲା ମହାସଂଘ ସଭାନେତ୍ରୀ ଶ୍ରୀମତୀ କୁମୁଦିନୀ ଦିଗାଲ, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଶ୍ରୀ ବିନୋଦ ପ୍ରଧାନ ଓ ଗୋଷ୍ଠୀ ପ୍ରକଳ୍ପ ସହାୟିକା ସୁଶ୍ରୀ କବିତା ଗମାଙ୍ଗ ଯୋଗ ଦେଇଥିଲେ.

ସୂଚନା ଯୋଗ୍ୟ ଯେ, ଡିଜି ଶକ୍ତି ଟ୍ରେନିଂ ରେ ଘୁ ଉଦୟଗିରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ୨୭ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଡ଼ିଡ଼ିଟାଲ ସାମାଜିକ ଓ ଆର୍ôଥକ ସାକ୍ଷରତ ଉପରେ ୫ ଦିନ ତାଲିମ୍ ଗ୍ରହଣ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଙ୍କୁ ତାଲିମ୍ ପ୍ରଦାନ କରିବେ.
ଏହା ଦ୍ୱାରା ମହିଳା ମାନେ କିପରି ଡିଜିଟାଲ ମାଧ୍ୟମରେ ଆର୍ôଥକ କାରବାର, ସାଇବର ଠକେଇ ରୁ କିପରି ରକ୍ଷା ପାଇବେ, ସ୍ୱୟଂ ସହାୟକ ଗୋଷ୍ଠୀ ର ଉତ୍ପାଦିତ ଦ୍ରବ୍ୟ କୁ ଡିଜିଟାଲ ବଜାରୀକରଣ କରିବା, ୟୁଟୁବ, ଫସବୁକ ଆଇ ଡି କୁ କିପରି ସୁରକ୍ଷା ରଖିବେ ଇତ୍ୟାଦି ଉପରେ ସଚେତନ ହୋଇପାରିବେ. ଏହି ସମସ୍ତ ତାଲିମ୍ କାର୍ଯ୍ୟ ଡିଜି ଶକ୍ତି ର ଜିଲ୍ଲା ସଂଯୋଜକ ଶ୍ରୀ ଭାସ୍କର ଦିଗାଲ ଓ ମାଷ୍ଟର ଟ୍ରେନର ଶ୍ରୀମତୀ ମୀନାକ୍ଷୀ ନାୟକ ତାଲିମ୍ ପ୍ରଦାନ କରିଥିଲେ.
