ବାରିପଦା; ଘରେ ପଶିଗଲା ମହାବଳ ବାଘ। ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ରେଞ୍ଜ, ସାଲେଇବେଡା ପଂଚାୟତ ର ଖପରଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ ବାଘ ପଶି ଆସିଥିବା ବେଳେ ଗ୍ରାମବାସୀମାନେ ସାହସିକତା ପ୍ରଦର୍ଶନ କରି ତାକୁ ଏକ ଘର ଭିତରେ ବନ୍ଦ କରିଦେଇଥିଲେ । ସୂଚନା ଅନୁଯାୟୀ, ବାଘଟି ଜଙ୍ଗଲରୁ ପଳାଇ ଆସି ଗାଁର ଏକ ଘର ଭିତରେ ପଶିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ନହୋଇ ବୁଦ୍ଧିମତା ଦେଖାଇଥିଲେ ଏବଂ ବାଘଟି ଘର ଭିତରେ ଥିବା ସମୟରେ ତୁରନ୍ତ ବାହାରୁ କବାଟ ବନ୍ଦ କରି ଦେଇଥିଲେ। ଏହା ଫଳରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ଟିମ୍ ତୁରନ୍ତ ଖପରଖାଇ ଗାଁରେ ପହଞ୍ଚିଥିଲେ ।

ବାଘଟିକୁ କିଭଳି କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେନେଇ ବନ କର୍ମଚାରୀମାନେ ପ୍ରସ୍ତୁତି ଆରମ୍ଭ କରି ଆଜି ଦିନ ୧୧ ଟା ସମୟରେ ଏହି ମହାବଳ ବାଘ କୁ ଉଦ୍ଧାର କରି ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣି ରଖିଥିବାର ଜଣାଯାଇଛି । ଏହି ଆର ବି ଟି ମହାବଳ ବାଘକୁ ଉଦ୍ଧାର କରିବାପାଇଁ ପ୍ରବଳ ବର୍ଷା ରେ ବନକର୍ମକର୍ତା ଙ୍କୁ ନାକେଦମ ହେବାକୁ ପଡିଥିଲା । ଆଗରୁ ବାଘ ଟି ଆସି ଖପରଖାଇ ଗ୍ରାମରୁ ଦୁଇଟି ଛେଳି ମାରିଥିଲା ।ସୂଚନା ଅନୁସାରେ ଗତ କାଲି ୨୪ ତାରିଖ ଅପରାହ୍ନ ରେ ବାଘ ଟି ଗାଁ କୁ ଆସିବା ପରେ ଗ୍ରାମବାସୀ ମାନେ ବନ ବିଭାଗ କୁ ଖବର ଦେଇଥିଲେ । ତେବେ ବର୍ଷା ଓ ଅନ୍ୟ କିଛି କାରଣରୁ ବାଘ ଟି ଜଙ୍ଗଲ କୁ ଚାଲି ଯାଇଥିଲା । ବନ କର୍ମଚାରୀ ମାନେ ଗାଁ ରେ ଡେରା ପକାଇ ରହିଥିବାବେଳେ ପୁଣି ବାଘଟି ଆସି ଏକ ନିର୍ମାଣ।ଧୀନ ଏକ ଆବାସ ଘରେ ଆଶ୍ରୟ ନେଇଥିଲା ।

ଏହାର ସୁଯୋଗ ନେଇ ଗ୍ରାମବାସୀ ତଥା ବନକର୍ମଚାରୀ ମାନେ ସେଇଘର କୁ ଜାଲ ପକାଇ ବନ୍ଦ କରି ରଖିଥିଲେ । ଆଜି କରଞ୍ଜିଆ ଓ ବାରିପଦା ରୁ ରେସକ୍ୟୁ ଟିମ ଆସି ବାଘଟିକୁ ଉଦ୍ଧାର କରି ଯନ୍ତା ସହ ଠାକୁରମୁଣ୍ଡା କୁ ଆଣିଥିଲେ । ତେବେ କରଞ୍ଜିଆ ଡ଼ିଏଫଓ ଅଜୟ କୁମାର ସାହୁ, ଏସିଏଫ ପ୍ରଭାତ କୁଅଁର, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା,ବନପାଳ ବିଦ୍ୟାଧର ମହାନ୍ତ, ବନବିଭାଗୀୟ ପ୍ରାଣୀ ଡାକ୍ତର ଓ ଅନ୍ୟ ବନ କର୍ମଚାରୀ ମାନେ ପ୍ରବଳ ବର୍ଷା ସତ୍ୱେ ବାଘ ଟିକୁ ଉଦ୍ଧାର କରିଥିଲେ । ଆର ସି ସି ଏଫ ପ୍ରକାଶ ଚାନ୍ଦ ଗୋଜିନେନି, ଉପନିର୍ଦେଶକ ଆଜି ଆସି ବାଘ ର ଅବସ୍ଥା ଦେଖି ଏହାକୁ କେଉଁଠି କିପରି ଚିକିତ୍ସା କରାଯାଇ କେଉଁଠି ଛଡ଼ାଯିବ ସେ ବ୍ୟବସ୍ଥା କରିବାପାଇଁ ଯୋଜନା କରିଥିବାର ପ୍ରକାଶ ।
