ବାଲୁଗାଁ: ଗୁରୁବାର ଦିନଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଚଢାଉ କରି ୧୦୫ ଲିଟର ଦେଶୀମଦ ଓ ୧୦ ଲିଟର ଆସ୍କା ଫଟି ସହ ଦୁଇ ବାଇକ ଜବତ କରିବାସହ ତିନି ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ଅଭିଯୁକ୍ତ ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମର ପ୍ରକାଶ ଶବରଙ୍କ ନିକଟରୁ ୨୫ ଲିଟର ଦେଶୀମଦ ଓ ଗୋଟିଏ ବାଇକ,ବାଲେଡି ଗ୍ରାମର କାହ୍ନା ଶବରଙ୍କ ନିକଟରୁ ୮୦ ଲିଟର ଦେଶୀମଦ ଓ ଗୋଟିଏ ବାଇକ,ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା କୁଳ ମାଛ ବଜାର ଅଞ୍ଚଳରୁ ଅଞ୍ଜଳି ବେହେରାଙ୍କ ନିକଟରୁ ୫ ଲିଟର ଆସ୍କା ଫଟି ଓ ରବୀନ୍ଦ୍ର ମହାନ୍ତିଙ୍କ ନିକଟରୁ ୫ ଲିଟର ଆସ୍କା ଫଟି ଜବତ ହୋଇଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୬୮,୧୬୯,୧୭୦,୧୭୧/୨୬-୨୭ରେ ମାମଲା ରୁଜୁ କରିଥିବା ବେଳେ ଘଟଣା ସ୍ଥଳରୁ କାହ୍ନା ଶବର ଚମ୍ପଟ ମାରିଥିବା ବେଳେ ଅନ୍ୟ ତିନି ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା,ଏଏସଆଇ ରାମଚନ୍ଦ୍ର ଜେନା,କନେଷ୍ଟବଳ ରଞ୍ଜିତ ପଟେଲ,ସସ୍ମିତା ସେଠୀ,ସତ୍ୟବନ୍ତ ମାଝି ପ୍ରମୁଖ ସାମିଲ ଥିଲେ।
