ପୁରୀ: ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ତିନି ଭିନ୍ନ ଭିନ୍ନ ଚୋରି ମାମଲାରେ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବଡ଼ ସଫଳତା ହାସଲ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଚୋରି ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଛି । ମାଛ ମାର୍କେଟ ଗଳି, ପାନ ଦୋକାନ ଚୋରି ମାମଲା କେସ ନମ୍ବର -୫୮୨/୨୦୨୬ ।ଗତ ତା ୨୯.୦୮.୨୬ ରିଖ ବିଳମ୍ବିତ ରାତିରେ ଯୋଗେନ୍ଦ୍ର ପ୍ରମାଣିକଙ୍କ ପାନ ଦୋକାନ ଚୋରି ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୩ ଗୋଟି ମୋବାଇଲ ଫୋନ୍ ଏବଂ ଚୋରି ଟଙ୍କା ୨୧୦୦/- ଜବତ ହୋଇଛି ।ଅଭିଯୁକ୍ତ ମାନେ ହେଲେ ସଦାମ ହୁସେନ (୨୬ ବର୍ଷ), ଆସିକ୍ ଅଲ୍ଲୀ (୨୦ ବର୍ଷ),ତହିଦ୍ ଶାହା (୧୯ ବର୍ଷ)ସମସ୍ତଙ୍କ ଘର ଉତ୍ତର ପ୍ରଦେଶର ଚିତ୍ରକୂଟ ଅଞ୍ଚଳରେ । ଏମାନେ କୁମ୍ଭାରପଡ଼ାରେ ଭଡ଼ାରେ ରହି ଫେରି କରନ୍ତି । ଫଳ ଦୋକାନ ଚୋରି ମାମଲା କେସ୍ ନମ୍ବର -୫୪୪/୨୬ ଗତ ୧୩.୦୮.୨୬ ବିଳମ୍ବିତ ରାତିରେ ମାର୍କେଟ ଛକ ପାଖ ପାର୍ବତୀ ଦାସଙ୍କ ଉଠା ଫଳ ଦୋକାନରୁ ଚୋରି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ୍ ଏବଂ ଚୋରି ଟଙ୍କା ୪୨୦୦/- ଜବତ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ପୁରୀ ମାର୍କଣ୍ଡେଶ୍ୱର ସାହିର ଆଲୋକ ମହାପାତ୍ର (୨୨ ବର୍ଷ),ସୋନପୁର ତରଭାର ସେ ପୁରୀ ଜଗନ୍ନାଥ ବଲ୍ଲଭରେ ରହୁଛନ୍ତି ପ୍ରଦୀପ ଡାଙ୍ଗ (୨୬ ବର୍ଷ), ସୁଗ୍ରୀବ ମହାବୀର ମନ୍ଦିରଠାରେ ଚୋରି ଉଦ୍ୟମ ବିଫଳ କେସ୍ ନମ୍ବର -୬୫୧/୨୦୨୬ ଗତକାଲି ମଧ୍ୟରାତ୍ରରେ ପୁରୀ ଟାଉନ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସୁଗ୍ରୀବ ମହାବୀର ମନ୍ଦିର ନିକଟରେ ଚୋରି ଉଦ୍ୟମ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ରେଡ୍ ହ୍ୟାଣ୍ଡରେ ଧରାଯାଇଛି । ଉଭୟଙ୍କ ବିରୁଦ୍ଧରେ ପୂର୍ବରୁ ଚୋରି ମାମଲା ରହିଛି । ଅଭିଯୁକ୍ତ ମାନେ ହେଲେ ଯାଜପୁର ର ଅରକ୍ଷିତ ଦାସ (୫୯ ବର୍ଷ), ଅନୁଗୁଳ ଅଜିତ ବାରିକ (୨୮ ବର୍ଷ) ଉଭୟେ ଜଗନ୍ନାଥ ବଲ୍ଲଭରେ ରହି ମୂଲିଆ କାମ କରନ୍ତି ।ସମସ୍ତ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା ଜେଲକୁ ପଠାଇ ଦିଆଯାଇଛି ।
