ନୀଳଗିରି: ବିଦ୍ୟାଳୟ ଅଫିସରେ ତାଲା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲ ଙ୍କ ସହିତ ଦୁଇ ଶିକ୍ଷୟତ୍ରୀ ଗୃହବନ୍ଦୀ, ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ଅଫିସ ରୁମରେ ପ୍ରଧାନ ଶିକ୍ଷକ ସହ ଦୁଇ ଶିକ୍ଷୟତ୍ରୀ ଙ୍କୁ ରଖି ତାଲା ପକାଇଛନ୍ତି ଗାଁ ଲୋକେ। ଅଭିଯୋଗ ଅନୁଯାଇ ସ୍କୁଲର ଶିକ୍ଷୟତ୍ରୀ ଶୁଭସ୍ମିତା ପାଢ଼ିଙ୍କ ବଦଳି ନିକଟରେ ସ୍କୁଲ କମିଟି ଅଜାଣତରେ ହୋଇଥିବା ବେଳେ ସୋମବାର ସକାଳେ ଅଭିଭାବକ ସମେତ କମିଟି ସଦଶ୍ୟ ପ୍ରଧାନ ଶିକ୍ଷକଙ୍କୁ ପଚାରିବାକୁ ଆସିଥିଲେ। ହେଲେ ସନ୍ତୋଷ ଜନକ ଉତ୍ତର ପରିବର୍ତ୍ତେ ସଭିଙ୍କୁ ଖରାପ ୍ୱ୍ୟ୍ୱହାର ପ୍ରଧାନ ଶିକ୍ଷକ କରିଥିବାବେଳେ ସ୍କୁଲ ଅଫିସ ରୁମରେ ଦୁଇ ଶିକ୍ଷୟତ୍ରୀ ସମେତ ପ୍ରଧାନ ଶିକ୍ଷକଙ୍କୁ ତିନିଘଣ୍ଟା ଧରି ତାଲା ପକାଇଛନ୍ତି ଅଭିଭାବକ ସମେତ ଗାଁ ଲୋକେ। ସେପଟେ ଖନ୍ତାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା ପରେ ସମାଧାନ ହେବା ସହ ତାଲା ଖୋଲିଥିଲେ।
