ନୀଳଗିରି: ନୀଳଗିରି ବ୍ଲକ ଅଧିନ ସଜନାଗଡ ପଞ୍ଚାୟତର ଭାଲୁକାଶୁଣି ଗ୍ରାମର ରବିନ୍ଦ୍ର ସିଂ ସ୍ତ୍ରୀ ବିଣାପାଣି ଙ୍କ ଘର ସୋମବାର ଦିନ ପ୍ରାୟ ୧୧.୨୦ ମିନିଟ୍ ସମୟରେ ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ଗୋଟିଏ ପରିବାରର ଚାରି ବଖରା ଘର। ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରି ପଳାଇ ଆସିଥିଲେ। ଘରୁ କିଛି ଜିନିଷ ପତ୍ର ମଧ୍ୟ ବାହାର କରି ପାରିନଥିଲେ। ଧାନ, ଚାଉଳ, ଟଙ୍କା, ଘରେ ଥିବା ସମସ୍ତ ଆସବାବପତ୍ର ସହ ବିଭିନ୍ନ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି। ଏପରିକି ପରିବାର ସଦସ୍ୟ ଙ୍କ ଆଧାର କାର୍ଡ, ରାସନ୍ କାର୍ଡ ଜମି ଜମା ପଟ୍ଟା, ଆବଶ୍ୟକୀୟ କାଗଜ ପତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇ ଯାଇଛି। ଘରେ କାଣି କଉଡି ଟିଏ ବି ନାହିଁ। ଖବର ପାଇ ଘଟଣା ସ୍ଥଳରେ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇ ଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣା ପଡି ନଥିଲେ ବି ପ୍ରାଥମିକ ତଦନ୍ତରୁ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ କ୍ଷତିଗ୍ରସ୍ତ ପରିବାର ଗରିବ ଶ୍ରେଣୀ ର ହୋଇଥିବା ଯୋଗୁଁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
