ବାରିପଦା: ମୟୂରଭଞ୍ଜ ଜିଲ୍ଲା, ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ ଆନ୍ତଃ ଚିକିତ୍ସା କର୍ମଚାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଥିଲେ । ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନର୍ସିଂ ନାଇଟ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । କର୍ମଚାରୀ ମାନଙ୍କମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଟିମୱାର୍କ ମେକ୍ସ ଦି ଡ୍ରିମ ୱାର୍କ ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ ମାନେ ।
