ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନାନପୁର ଗ୍ରାମର ପ୍ରତାପ ଯେନା (୫୫)ବିରୂପା ନଦୀକୁ ଗାଧୋଇ ଯାଇ ଥିଲେ। ଗାଧୋଇବାବେଳେ ଗୋଡ଼ ଖସିଯିବାରୁ ନଦୀର ସ୍ରୋତରେ ଭାସି ଯାଇଥିଲେ। ଖବର ପାଉ କୁଆଁପାଳ ଦମକଳ ବାହିନୀ ପହଂଚି ବହୁ ଖୋଜାଖୋଜି କରିବା ପରେ ଶବକୁ ଉଦ୍ଧାର କରିଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ନାନପୁର ଗ୍ରାମସମେତ ଆଖପାଖ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଆସନ୍ତା କାଲି ତାଙ୍କର ଶବ ବ୍ୟାବେଛେଦ କରାଯାଇ ଅନ୍ତେଷ୍ଟି କ୍ରିୟା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଅ ଯାଇଛି।
