ଗୁଆହାଟୀ: ସପ୍ତାହ ବ୍ୟାପୀ ଚାଲିଥିବା କଳ୍ପଜଳ୍ପନାର ଅନ୍ତ ଘଟାଇ, ବୁଧବାର ଦିନ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ମେଘାଳୟର ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି)ର ଆଠଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏହି ଦଳ ପରିବର୍ତ୍ତନ ଫଳରେ ୟୁଡିପିର ବିଧାୟକ ସଂଖ୍ୟା ହ୍ରାସ ପାଇ ଚାରିରେ ପହଞ୍ଚିଥିବା ବେଳେ, ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହା ସହିତ ବିଜେପି, ନ୍ୟାସନାଲ୍ ପିପୁଲ୍ସ ପାର୍ଟି (ଏନପିପି) ପରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଦଳରେ ପରିଣତ ହୋଇଛି। ଉଭୟ ଟଊଚ ଏବଂ ବିଜେପି, ଘଚଚ ନେତୃତ୍ୱାଧୀନ “ମେଘାଳୟ ଡେମୋକ୍ରାଟିକ୍ ଆଲାଏନ୍ସ’ ସରକାରର ଅଂଶବିଶେଷ ଅଟନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଆଠଜଣ ବିଧାୟକଙ୍କ ଦଳରେ ଯୋଗଦାନ ବିଷୟରେ ଘୋଷଣା କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରିଜିଜୁ କହିଥିଲେ ଯେ ବିଜେପି ଏହି ଆଠଜଣ ବିଧାୟକଙ୍କୁ ଦଳକୁ ସ୍ୱାଗତ କରୁଛି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଉତ୍ତର-ପୂର୍ବ ଭାରତ ଏବଂ ମେଘାଳୟରେ ହୋଇଥିବା ପରିବର୍ତ୍ତନକୁ ଉପଲବ୍ଧି କରିବା ପରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି। ରିଜିଜୁ କହିଛନ୍ତି, “ଆଠଜଣଯାକ ବିଧାୟକ ମୋଦୀଜୀ ଏବଂ ଆମର ବିଜେପି ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକଳାପ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି।’ ନିକଟରେ, ଉକ୍ତ ଆଠଜଣ ଟଊଚ ବିଧାୟକଙ୍କ ମଧ୍ୟରୁ ଅନ୍ୟତମ ଓଲାନ ସିଂ ସୁଇନ୍ ମେଘାଳୟରେ ଗଣମାଧ୍ୟମକୁ କହିଥିଲେ ଯେ ଯଦି ବିଜେପି ସେମାନଙ୍କ ଦାବିଗୁଡ଼ିକୁ ଗ୍ରହଣ କରେ, ତେବେ ହିଁ ସେମାନେ ଦଳରେ ଯୋଗ ଦେବେ।
