ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ମଙ୍ଗଳବାର ଦିନ ଏଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାତଃଭୋଜନ ଯୋଜନାର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ବିଜୟ ଥିରୁଭନମିୟୁରର ଗାନ୍ଧୀ ଗ୍ରାମମ୍ ସ୍ଥିତ ସରକାରୀ ମିଡିଲ୍ ସ୍କୁଲରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପରଷିବା ସହ ସେମାନଙ୍କ ସହ ମଧ୍ୟ ଖାଦ୍ୟ ଗ୍ରହଣ କରିଥିଲେ। ପରେ, ସେ ଶ୍ରେଣୀଗୃହ ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅଧିକାରୀଙ୍କ କହିବାନୁସାରେ, ୧୫,୪୫୪ଟି ସରକାରୀ ଓ ରାଜ୍ୟ-ସହାୟତାପ୍ରାପ୍ତ ବିଦ୍ୟାଳୟରେ ପଢୁଥିବା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୫.୩୦ ଲକ୍ଷ ଅତିରିକ୍ତ ଛାତ୍ରଛାତ୍ରୀ ଏଥିରୁ ଉପକୃତ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ସମ୍ମାନାର୍ଥେ ନାମିତ “ପେରୁନ୍ଥଲାଇଭର୍ କାମରାଜର୍ ପ୍ରାତଃଭୋଜନ ଯୋଜନା’ର ଏହି ସମ୍ପ୍ରସାରଣ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରୁଛି, ଯାହା ସେମାନଙ୍କ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ସେମାନଙ୍କ ଦିନଟିକୁ ସ୍ୱାସ୍ଥ୍ୟକର ଭାବେ ଆରମ୍ଭ କରିବା ସୁନିଶ୍ଚିତ କରୁଛି। ଏହି ସମ୍ପ୍ରସାରଣ ପାଇଁ ଚଳିତ ଆର୍ôଥକ ବର୍ଷରେ ୨୧୭.୬୩ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଆବଣ୍ଟନ କରାଯାଇଛି, ଯାହା ଫଳରେ ଏହି କାର୍ଯ୍ୟକ୍ରମର ମୋଟ ବଜେଟ୍ ୭୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ଯୋଜନା ପ୍ରଥମେ ସେପ୍େଟମ୍ବର ୧୭ ତାରିଖରେ ଆରମ୍ଭ ହେବାର ଯୋଜନା ଥିଲା, କିନ୍ତୁ ଲଣ୍ଡନକୁ ବିଜୟଙ୍କ ସରକାରୀ ନିବେଶ ଗସ୍ତ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ମଧୁରନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ନିର୍ବାଚନମଣ୍ଡଳୀରେ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଚେଙ୍ଗଲପଟ୍ଟୁ ଏବଂ ତିରୁପୁର ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ ନାହିଁ। ଖାଦ୍ୟ ତାଲିକାରେ ଉପମା, କିଚଡ଼ି ଏବଂ ପୋଙ୍ଗଲ୍ ଭ “ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ୱାରା ସକାଳର ଜଳଖିଆ ପ୍ରସ୍ତୁତ ଓ ପରିବେଷଣ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ବିଦ୍ୟାଳୟ ଉପସ୍ଥାନ ଏବଂ ଶିକ୍ଷାଗ୍ରହଣ ଭଳି ବିଷୟଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶିକ୍ଷାର ମୂଳଦୁଆକୁ ଆହୁରି ସୁଦୃଢ଼ ??କରିବା ଲକ୍ଷ୍ୟରେ ଏହି ଯୋଜନାର ସମ୍ପ୍ରସାରଣ କରାଯାଉଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।
