ଜୟପୁର: ଜୟପୁର ସହରରେ ଗତ ଦେଢ ମାସ ଭିତରେ ବିଭିନ୍ନ ଅପରାଧିକ ମାମଲାର ୧୫ ଅଭିଯୁକ୍ତ କୁ କାବୁ କରିଛି ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନା ରେ ଏସଡିପିଓ ଅଚ୍ଚିତା ମିତ୍ତଲ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ଚୋରି, ଲୁଟ, ଠକେଇ ପରି ୮ଟି ମାମଲାରେ ୧୪ ଜଣ ଅଭିଯୁକ୍ତ କୁ ଗିରଫ କରିଛି । ଏହା ସହ ଜଣେ ନାବାଳକକୁ ମଧ୍ୟ କାବୁ କରି ଜୁଭେଲାଈନ ଜଷ୍ଟିସ ଙ୍କ ନିକଟରେ ହାଜର କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବେଢା ସାହିର ଉମା ସଙ୍କର ନାୟକ ,କଣ୍ଡରା ସାହିର ସୁମିତ ବେହେରା , ନନ୍ଦଗୁଡାର ଅରୁଣ ବେହେରା , ଓଡିଆ ମେଦ୍ରି ସାହିର ବାଦଲ ପୁଜାରି, ଗୋପବନ୍ଦୁ ନଗରର ସାହିର ଡଙ୍ଗରି, ଓଡିଆ ମେଦ୍ରି ସାହିର ଗଣେଷ ମୁଦୁଲି, ପାର୍କ ଲାଇନର ରାଜା ଗୌଡ , ଇରିଗେସନ କୋଲନିର ବି ଅରୁଣ ଦୟ ଦାସ, କୁସୁମପୁଟର ଅର୍ଜୁନ ହରିଜନ ଓ ମହେଶ୍ୱର ବିଷୋୟୀ , ଜୟନଗରର ଗଣେଷ ହରିଜନ ,ଚିଲିଗୁଡା ପାଇକ ସାହିର ପିଣ୍ଟୁ ହରିଜନ , ଦିଶାରିଗୁଡା ସୁକାନ୍ତ ହରିଜନ , ବରାଗୁଡା ଗ୍ରାମର ରାଜେଶ ପରଜା । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଲକ୍ଷ ଟଙ୍କା, ଛୁକି, ମୋବାଇଲ, ଚୋରି ସାମଗ୍ରୀ ଜବତ କରିଛି ।
ସୁଚନା ଅନୁଯାଇ ୧୯.୭.୨୬ ରେ ପାଓାର ହାଉସ କଲୋନିରେ ସନ୍ତୋଷ କୁମାର ତ୍ରିପାଠି ଅଭିଯୋଗ କରିଥିଲେ । ଘରେ ପଶି ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭି ଯୋଗ ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ଜଣେ ଅଭିଯୁକ୍ତକୁ ଗିରଫ କରି ୮୦ ଜବତ କରିଛି । ସେହିପରି ୭.୯.୨୬ ତାରିଖରେ ବୈପାରିଗୁଡାର ତିଳ ଚନ୍ଦ୍ର ପାଡିଆ ଅଭି ଯୋଗ କରିଥିଲେ ।

ଛୁରି ଦେଖାଇ ୨୦ ହଜାର ଲୁଟ କରିଥିବା ଅଭିଯୋଗ ହୋଇଥିଲା । ୨ ଜଣ ଗିରଫ କରି ୧୫ ହଜାର ଟଙ୍କା ଜବତ କରିଛି । ସେହିପରି ୧୦.୯.୨୬ ଓଡିଆ ମେଦ୍ରିସାହିର ଏ ମହେଶ ଅଭିଯୋଗ କରିଥିଲେ । ଘରେ ପଶି ଦୁବତ୍ତ ମାନେ ଚୋରି କରିଥିଲେ । ଅଭିଯୋଗରେ ୩ ଅଭିଯୁକ୍ତ କୁ ଗିରଫ କରି ପିତ୍ତଲ ଜିନିଷ ସହ ୧ ଲକ୍ଷ ଜବତ କରିଛି । ସେହିପରି ୧୭.୯.୨୬ ଦ୍ୱିତିୟ ଦୈନିକ ବଜାର ପେଣ୍ଟା ଗୌତମ କୁମାର ନବ ନିର୍ମାତ ଘର ପ୍ରସାର ରାଓପେଟାରେ ନିର୍ମାଣ କରୁଥିବା ବେଳେ ୧୦ ବେଣ୍ଟଲ ବିଦ୍ୟୁତ ତାର ଚୋରି ହୋଇଛି । ଅଭିଯୋଗ ରେ ଜଣେ ଅଭିଯୁକ୍ତ ସହ ଜଣେ ନାବାଳକ କୁ ଗିରଫ କରି ଚୋରି ହୋଇଥିବା ବିଦ୍ୟୁତ ତାର କୁ ଜବତ କରିଛି । ସେହିପରି ୧୮.୯. ୨୬ ଅଖିଳେଶ ପଟେଲ ଅଭିଯୋଗ କରିଥିଲେ । ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହି ମାମଲାରେ ଜଣେ ଅଭିଯୁକ୍ତ କୁ ଗିରଫ କରି ଗୁରୁତ୍ୱ ପୁ୍?ଣ୍ଣ କାଗଜ ପତ୍ର ଜବତ କରିଛି । ସେହିପରି ୨୦.୯.୨୬ ଭି.ସବରିସ ଅଭିଯୋଗ କରିଥିଲେ । ଧମକ ଦେଇ ୫ ହଜାର ଟଙ୍କା ଲୁଟ କରିଥିଲେ । ୨ ଅଭିଯୁକ୍ତ ଗିରଫ ସହ ଛୁରି ସହ ୫ ହଜାର ଟଙ୍କା ଜବତ କରିଛି । ସେହିପରି ପାରାବେଡା ରାମ ଚନ୍ଦ୍ର ସାହୁ ୧୮.୯.୨୬ ତାରିଖରେ ଚୋରି ମାମଲା ହୋଇଥିବା ଅଭି ଯୋଗ କରିଥିଲେ । ଚୋରି ସାମଗ୍ରୀ ଜବତ ସହ ୨ ଅଭିଯୁକ୍ତ ଗିରଫ । ସେହିପରି ଜୟପୁର ସହରରେ ଆଜି ସ୍ପଷ୍ଟ ଦିବା ଲୋକରେ ମହିଳା ଶ୍ରମିକଙ୍କ ଠାରୁ ମୋବାଇଲ ଲୁଟ କରି ଚମ୍ପଟ ମାରିବା ସମୟରେ ଘଟିଥିଲା ଦୁର୍ଘଟଣା ୨ ଲୁଟେରାକୁ ଧରି ପୋଲିସକୁ ଜିମା ଦେଲେ ଲୋକେ । ୨ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ ।

ସୁଚନା ଅନୁଯାଇ ୨ ଜଣ ମହିଳା ଶ୍ରମିକ କୁମାରୀ ଖରା ଓ ଶାନ୍ତି ହରିଜନ ଯାଉଥିବା ସମୟରେ ପଞ୍ଚାନନ ମନ୍ଦିର ଛକରେ ଦୁଇ ଜଣ ଦୁବୁତ୍ତ ଆସି ମୋବାଇଲ ଲୁଟ କରିଥିଲେ । ମୋବାଇଲ ଲୁଟ କରି ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଭାରସ୍ୟାମ ହରାଇ ଦୁର୍ଘଟଣା ଘଟାଇବା ପରେ ସ୍ଥାନୀୟ ଲେକେ ଡଙ୍ଗର ଦେଇ ମନ୍ଦିର ନିକଟରେ ଧରିଥିଲେ । ଦୁଇ ଜଣ ମହିଳା ନିଜ କାଯ୍ୟା ସ୍ଥଳକୁ ଯାଉଥିବା ବେଳେ ବାଇକରେ ଆସି ଦୁଇ ଜଣ ଯୁବକ ପଛପଟୁ ମୋବାଇଲ ଲୁଟ କରି ବାଇକରେ ଚମ୍ପଟ ମାରିବା ସମୟରେ ଜଣେ ଛୋଟ ଶିଶୁ କୁ ଧକ୍କା ଦେଇ ଦୁଇ ଜଣ ତଳେ ପଡିଯାଇଥିଲେ । ତାଙ୍କର ବାଇକ ଆଉ ଷ୍ଟାର୍ଟ ହେଲା ନାହିଁ । ଫଳରେ ସ୍ଥାନୀୟ ବାସିନ୍ଦା ୨ ଲୁଟେରାକୁ ଧରି ଟାଉନ ପୋଲିସ କୁ ସୁଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଲୁଟେରାକୁ କାବୁ କରି ଥାନା କୁ ନେଇ ଥିଲେ । ଏନେଇ ଦୁଇ ଜଣ ମହିଳା ଶ୍ରମିକ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।
