ବେଗୁନିଆପଡା: ସୋମବାର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ ତୋଟାପଡା ଗ୍ରାମର ମୃତ ଦୁରୁଜ ଦାସ ଙ୍କ ବିଧବା ପତ୍ନୀ ପମି ଦାସ ଙ୍କୁ ତାଙ୍କରି ନିଜ ଘରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ଉପସ୍ଥିତି ରେ ରେଡ଼କ୍ରସ ପାଣ୍ଠିରୁ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ୩୦୦୦୦/-ତିରିଶ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିବା ଜଣାପଡ଼ିଛି ! ପ୍ରକାଶ ଥାଉ କି ସେପ୍େଟମ୍ବର ୧୦ ତାରିଖ ରେ ଲୁହାଶଙ୍ଖ ନିକଟରେ ଏକ ମର୍ମତୁତ ସଡ଼କ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ତାର ପରିଚୟ ପ୍ରାୟ ୪୮ ଘଣ୍ଟା ପରେ ଜଣାପଡିଥିଲା ! ଉକ୍ତ ବ୍ୟକ୍ତି ଜଣଙ୍କ ଚନ୍ଦନ ପୂର ପଞ୍ଚାୟତ ମୁଣ୍ଡୁଳା ନିକଟ ତୋଟାପଡା ର ଦୁରୁଜ ଦାସ ବୋଲି ଜଣାପଡିଥିବା ବେଳେ ସେ ନିଜ ଶଶୁର ଘରକୁ ଗୁରୁବାର ଦିବା ୧ଘଣ୍ଟ ସମୟ କୋଦଳା ରାସ୍ତାଦେଇ ସାଇକେଲ ଯୋଗେ ଯାଉଥିବା ସମୟ ରେ କୋଦଳା ଲୁହାଶଙ୍ଖ ନିକଟରେ ଏକ ୧୨ ଚକିଆ ହାଇୱା ଟ୍ରକ ଙଊ୦୨ଊଜ୯୦୯୯ ଉକ୍ତ ସାଇକେଲ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା କ୍ଷ ଗାଡିର ଧକ୍କା ଏତେ ଜୋର ରେ ହୋଇଥିଲା ଯେ ସାଇକେଲ ଆରୋହୀ ସାଇକେଲ ରୁ ଛିଟିକି ପଡି ଚକତଳେ ପଡିଯାଇଥିଲା, ଆରୋହୀଟି ର ମୁଣ୍ଡରେ ଚକା ଚଢିଯିବାରୁ ମୁଣ୍ଡଟି ସମ୍ପୂର୍ଣ ପାମ୍ପଡ଼ ଭଳି ଚେପା ହୋଇଯାଇଥିଲା ଓ ସେଠାରେ ହିଁ ସେ ପ୍ରାଣତ୍ୟାଗ କରିଥିଲା
