ବାରିପଦା; ଆଗାମୀ ଇନ୍ଦୋ ପର୍ବକୁ ନେଇ ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ପରିସରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦେବୋତ୍ତର ବିଭାଗ ପକ୍ଷରୁ ଇନ୍ଦୋ ପର୍ବର ଆବଶ୍ୟକତା ପାଇଁ ଜଙ୍ଗଲରୁ କାଠ ଅଣାଯାଇ ମନ୍ଦିର ନିକଟରେ ପହଞ୍ଚାଯାଇଛି। ଦେବୋତ୍ତର ବିଭାଗର ଛାଟିଆ ଶ୍ରୀ ମୁଚିରାମଙ୍କ ନେତୃତ୍ୱରେ ରଥ ମହାରଣା ମାନେ ପାରମ୍ପରିକ ରୀତିରେ ପୂଜା କରି ଚିହ୍ନିତ ଗଛ କାଟିଥିଲେ । ଏହି କାର୍ଯ୍ୟରେ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। କାଠ ଅଣାଯିବା ଓ ଆବଶ୍ୟକ କାର୍ଯ୍ୟ ସମ୍ପାଦନରେ ରଥ ମହାରଣା ଆଲୋକନାଥ ମହାରଣା, କ୍ଷିତିଶ ମହାରଣା, ରବୀନ୍ଦ୍ର ମହାରଣା, ହରିଶ ମହାରଣା, ହରିମୋହନ ମହାରଣା ଓ ଶମ୍ଭୁନାଥ ରଣାଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କରିଥିଲେ। ଇନ୍ଦୋ ପର୍ବର ପାରମ୍ପରିକ ରୀତିନୀତି ଓ ଆବଶ୍ୟକ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ମନ୍ଦିର ସେବାୟତ ଏବଂ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପ୍ରସ୍ତୁତି ଆରମ୍ଭ ହେବ।
