କିିଭ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ସେପ୍ଟେମ୍ବର ୨୦ ସନ୍ଧ୍ୟାରୁ ରାତି ମଧ୍ୟରେ ରୁଷୀୟ ସେନା ୟୁକ୍ରେନର ୧୦ଟି ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା। ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ଖାରକିଭ୍ ଅଞ୍ଚଳରେ ଏକ ଡ୍ରୋନ୍ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାପୋରିଝିଆ ମଧ୍ୟ ରୁଷର ଏକ ଉଦ୍ଦେଶ୍ୟମୂଳକ ଆକ୍ରମଣର ଶିକାର ହୋଇଛି। ଏଥିରେ ନଅ ମହଲା ବିଶିଷ୍ଟ ଆବାସିକ କୋଠା, ଏକ ବିଶ୍ୱବିଦ୍ୟାଳୟ ପରିସର, ଏକ ସପିଂ ମଲ୍ ଏବଂ ଏକ ବଏଲର୍ ହାଉସ୍ କ୍ଷତିଗ୍ରସ୍ତ ହୋଇଛି; ସେହିପରି ପାଞ୍ଚ ଜଣ ଆହତ ହୋଇଛନ୍ତି ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ପଡ଼ିଛି।ଖାରକିଭ୍ ଅଞ୍ଚଳର ଲୋଜୋଭା ଠାରେ ମଧ୍ୟ ଏକ ଡ୍ରୋନ୍ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଜେଲେନସ୍କି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
