ବାରିପଦା : ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ସଦର ଅବକାରୀ ଥାନା ତରଫରୁ ବାରିପଦା ସଦର ଥାନା ଅନ୍ତର୍ଗତ ରାଇକଡ଼ଝରଣ,
ସାନଡାକୋଇ, ଶିକାରଘାଟି ଆଦି ସ୍ଥାନରେ ଚଢ଼ାଉ କରି ୯୧୦ ଲିଟର ଦେଶୀ ରନ୍ଧା ମଦ ଓ ୧୧,୫୦୦ ଲିଟର ମହୁଲ ପୋଚ ଜବତ କରାଯାଇଥିବାର ଜଣାଯାଇଛି । ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ୧ ର ଇନ୍ସପେକ୍ଟର ସଞ୍ଜୟ କୁମାର କାଣ୍ଡି, ଓଆଇସି ସଦର ପ୍ରହଲ୍ଲାଦ ବିଶ୍ୱାଳ, ଏଏସଇ ଜି. କାମେଶ୍ୱର , କୁଳିଅଣା ଅବକାରୀ ଥାନା ଓଆଇସି ତପନ କୁମାର ସାହୁ, ହେମନ୍ତ କୁମାର ପାତ୍ର, ଅମ୍ବିକା ପ୍ରସାଦ ନାୟକ, ସଂଜୀବ ମହାପାତ୍ର, ରଞ୍ଜୀତ ଷଡ଼ଙ୍ଗୀ, ଅରୁଣରାଜ ତରେଇ, ପୀଥନାଥ ମୁର୍ମୁ, ସବିତା ମହାନ୍ତ ପ୍ରମୁଖଙ୍କ ସହିତ ଏପିଆର ଫୋର୍ସ ସାମିଲ ଥିଲେ ।
