ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ କଦଳୀପାଳ ଗ୍ରାମର ଜମ୍ବେଶ୍ୱର ସାହୁଙ୍କ ପୁତ୍ର ଗଣେଶ୍ୱର ସାହୁଙ୍କ ଘରେ ଆଜି ଦ୍ୱିପ୍ରହର ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଘରେ ନିଆଁଲାଗି ଯାଇଥିଲା। ଏ ସଂପର୍କରେ ଦମକଳବାହିନୀକୁ ସ୍ଥାନୀୟ ଲୋକେ ଜଣାଇବାରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନଚାଉଳ ଓ ଲୁଗାପଟା ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ଅଗ୍ନିବିପନ୍ନଙ୍କ ପାଖରେ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ସରପଞ୍ଚ ସୁନିଲ୍ ସ୍ୱାଇଁ (କାଳିଆ) ପହଞ୍ଚି ସମବେଦନା ଜଣାଇଛନ୍ତି। ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଗ୍ନିବିପନ୍ନଙ୍କୁ ଜରିପାଲ ଦେଇଥିବା ଜଣାପଡ଼ିଛି।
