କୋଲକାତା: ପଶ୍ଚିମବଙ୍ଗରେ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପୂର୍ବରୁ, ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ତୃଣମୂଳ କଂଗ୍ରେସର ଦୁଇଟି ବିରୋଧୀ ଗୋଷ୍ଠୀକୁ ପୃଥକ ନାମ ଓ ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି ଏବଂ ଦଳର ୨୮ ବର୍ଷ ପୁରୁଣା ପରିଚୟକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ “ଫୁଟବଲ୍ ଖେଳାଳି’ ଚିହ୍ନ ମିଳିଥିବା ବେଳେ, ଅରୂପ ରାୟ (ରିତାବ୍ରତ ବାନାର୍ଜୀ ଗୋଷ୍ଠୀ)ଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ “ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଓ “ଲଫାପା’ ଚିହ୍ନ ପ୍ରଦାନ କରାଯାଇଛି। ଆଗାମୀ ଉପ-ନିର୍ବାଚନରେ ଉଭୟ ଗୋଷ୍ଠୀକୁ “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ଏହାର ସଂରକ୍ଷିତ “ଯୋଡ଼ା ଘାସ-ଫୁଲ’ ଚିହ୍ନ ବ୍ୟବହାର କରିବା ଉପରେ କଟକଣା ଲଗାଇ ନିର୍ବାଚନ ଆୟୋଗ ଗୁରୁବାର ରାତିରେ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ; ଏହି ନିଷ୍ପତ୍ତି ସେହି କ୍ରମରେ ନିଆଯାଇଛି। ଆୟୋଗ ଉଭୟ ବିରୋଧୀ ଗୋଷ୍ଠୀକୁ ବିକଳ୍ପ ନାମ ଓ ଚିହ୍ନ ପାଇଁ ତିନୋଟି ଲେଖାଏଁ ପସନ୍ଦ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ନାମଗୁଡ଼ିକ ମୂଳ ଦଳ ସହିତ ସମ୍ପର୍କ ବଜାୟ ରଖିପାରିବାର ସୁବିଧା ଥିଲା। ସ୍ୱାଧୀନ ପ୍ରାର୍ଥୀ ଏବଂ ପଞ୍ଜୀକୃତ ଅସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ପାଇଁ ଉଦ୍ଦିଷ୍ଟ “ମୁକ୍ତ ଚିହ୍ନ’ ତାଲିକାରୁ ନିର୍ବାଚନୀ ଚିହ୍ନ ବାଛିବାକୁ କୁହାଯାଇଥିଲା।
ନିର୍ବାଚନ ଆୟୋଗ କହିଛନ୍ତି ଯେ ଉପ-ନିର୍ବାଚନ ପୂର୍ବରୁ “ନିର୍ବାଚନୀ ଚିହ୍ନ (ସଂରକ୍ଷଣ ଓ ଆବଣ୍ଟନ) ଆଦେଶ, ୧୯୬୮’ର ଧାରା ୧୫ ଅନୁଯାୟୀ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଯଥେଷ୍ଟ ସମୟ ନଥିଲା, କିନ୍ତୁ ନିର୍ବାଚନ ପାଇଁ ଉଭୟ ଗୋଷ୍ଠୀକୁ ନାମ ଓ ଚିହ୍ନ ଯୋଗାଇଦେବା ଆବଶ୍ୟକ ବୋଲ ୧୯୯୮ ମସିହାରେ କଂଗ୍ରେସରୁ ଅଲଗା ହୋଇ ମମତା ବାନାର୍ଜୀଙ୍କ ଦ୍ୱାରା ଦଳ ଗଠନ ହେବା ସମୟରୁ “ଯୋଡ଼ା ଘାସ-ଫୁଲ’ ଚିହ୍ନ ଏହାର ଏକ ପରିଚୟ ପାଲଟିଛି ଏବଂ ଦଳର ନିର୍ବାଚନୀ ପ୍ରଚାରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଦଳ ଉପରେ ନିୟନ୍ତ୍ରଣକୁ ନେଇ ମୁଖ୍ୟ ବିବାଦର ସମାଧାନ ବାକି ଥିବାବେଳେ, ନିର୍ବାଚନ ଆୟୋଗ କହିଛନ୍ତି ଯେ ଆଗାମୀ ଉପ-ନିର୍ବାଚନ ପାଇଁ ଉଭୟ ଗୋଷ୍ଠୀକୁ ପୃଥକ ଭାବେ ବିଚାର କରାଯିବ। ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁର ଉଭୟ ଆସନରୁ ଜିତିବା ପରେ ନନ୍ଦିଗ୍ରାମ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେହିପରି ଏଜେୟୁପି (ଇଔଟଚ) ନେତା ହୁମାୟୁନ୍ କବୀର ନାଓଡ଼ା ଓ ରେଜିନଗର ଉଭୟ ଆସନରୁ ଜିତିବା ପରେ ରେଜିନଗର ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ; ଫଳସ୍ୱରୂପ ଏହି ଉପ-ନିର୍ବାଚନ ଆବଶ୍ୟକ ହୋଇପଡ଼ିଥିଲା।
