ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟ୍ର ଅଧ୍ୟକ୍ଷ ନୋଏଲ୍ ଟାଟାଙ୍କ ବିରୋଧ ସତ୍ତ୍ୱେ, ଗୁରୁବାର ଦିନ ଟାଟା ସନ୍ସ ବୋର୍ଡ ଏହି ହୋଲ୍ଡିଂ କମ୍ପାନୀର ଅଧ୍ୟକ୍ଷ ଭାବରେ ଏନ୍. ଚନ୍ଦ୍ରଶେଖରନ୍ଙ୍କ ପାଇଁ ଆଉ ଏକ ୫ ବର୍ଷିଆ କାର୍ଯ୍ୟକାଳକୁ ମଞ୍ଜୁରି ପ୍ରଦାନ କରିଛି। ଏହାଦ୍ୱାରା ସେୟାରଧାରକଙ୍କ ବୈଠକରେ ଆଉ ଏକ ସମ୍ଭାବ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀକୁ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ (ଲିଷ୍ଟିଂ) କରିବାକୁ ମଧ୍ୟ ବୋର୍ଡ ନିଷ୍ପତ୍ତି ନେଇଛି। ତଥାପି, ଏହି ନିଷ୍ପତ୍ତିଗୁଡ଼ିକୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକରେ ଅନୁମୋଦନ ମିଳିବା ଆବଶ୍ୟକ, ଯେଉଁଠାରେ ଟାଟା ଟ୍ରଷ୍ଟ୍ର ୬୬% ଅଂଶୀଦାରୀ ରହିଛି। ଭେନୁ ଶ୍ରୀନିବାସନ୍ ଏବଂ ନୋଏଲ୍ ଟାଟା ହେଉଛନ୍ତି ଟାଟା ସନ୍ସ ବୋର୍ଡରେ ଟାଟା ଟ୍ରଷ୍ଟ୍ର ପ୍ରତିନିଧି। ଚନ୍ଦ୍ରଶେଖରନ୍ଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୭ ମସିହା ଫେବୃଆରୀ ୨୦ ତାରିଖରେ ଶେଷ ହେବାର ଅଛି। ସେ ଅଗଷ୍ଟ ୧୨ ତାରିଖରେ ଘୋଷଣା କରିଥିଲେ ଯେ ନିଜର କାର୍ଯ୍ୟକାଳ ଶେଷ ହେବା ପରେ ସେ ତୃତୀୟ ଥର ପାଇଁ ପଦବୀ ଗ୍ରହଣ କରିବେ ନାହିଁ। ନୋମିନେସନ୍ ଆଣ୍ଡ ରେମ୍ୟୁନରେସନ୍ କମିଟି (ନିଯୁକ୍ତି ଓ ପାରିଶ୍ରମିକ କମିଟି) ୬୩ ବର୍ଷୀୟ ଚନ୍ଦ୍ରଶେଖରନ୍ଙ୍କୁ ଅଗଷ୍ଟ ମାସରେ ବୋର୍ଡକୁ ଜଣ ଟାଟା ସନ୍ସର ପ୍ରାୟ ୧୮ ପ୍ରତିଶତ ଅଂଶଧନ ଧାରଣ କରିଥିବା ଏବଂ ନୋଏଲ୍ଙ୍କ ଶ୍ୱଶୁରଙ୍କ ଦ୍ୱାରା ପରିଚାଳିତ “ଶାପୁରଜୀ ପାଲୋନଜୀ ଗ୍ରୁପ୍’ କମ୍ପାନୀର ଷ୍ଟକ୍ ମାର୍କେଟ୍ ତାଲିକାଭୁକ୍ତି (ଲିଷ୍ଟିଂ) ସପକ୍ଷରେ ମତ ଦେଇଛି। ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଟାଟା ସନ୍ସର “ନନ୍-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ’ପଞ୍ଜୀକରଣ ପ୍ରତ୍ୟାହାର କରିବା ଆବେଦନକୁ ଖାରଜ କରାଯିବା ପରେ ଏହି ନୂତନ ଘଟଣାକ୍ରମ ସାମ୍ନାକୁ ଆସିଛି। ଏହି ନିଷ୍ପତ୍ତି ଫଳରେ ଷ୍ଟକ୍ ମାର୍କେଟ୍ ତାଲିକାଭୁକ୍ତିର ସମ୍ଭାବନା ପୁନର୍ବାର ସୃଷ୍ଟି ହୋଇଛି—ଯାହାକୁ ଏଡ଼ାଇବା ପାଇଁ କମ୍ପାନୀ ଗତ ଏକ ବର୍ଷରୁ ଅଧିକ ସମୟ ଧରି ୨୧,୦୦୦ କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ କରିବା ସମେତ ବିଭିନ୍ନ ପ୍ରୟାସ କରିଆସୁଥିଲା। ଏହା ପରେ, “ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ’ ଦ୍ୱାରା ପୂର୍ବରୁ ଆରମ୍ଭ ହୋଇଥିବା ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ସ୍ଥଗିତ କିମ୍ବା ବନ୍ଦ ହୋଇଯାଇପାରେ। ବୋର୍ଡ ବୈଠକର ଫଳାଫଳ ସମ୍ପର୍କରେ ଟାଟା ସନ୍ସ ଏବଂ ଟାଟା ଟ୍ରଷ୍ଟ ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ।
