ପୁରୀ: ପୁରୀ ମହାନଗର ନିଗମ ଅନ୍ତର୍ଗତ ବାଲିଗୁଆଳି ମଧୁସୂଦନ ଯୁବକ ସଂଘ ପକ୍ଷରୁ ୨୦ ତମ ଗଣେଶ ପୂଜା ମହୋତ୍ସବ ଶ୍ରଦ୍ଧା ଭକ୍ତିର ସହ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ସପ୍ତାହ ବ୍ଯାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ଯ ଅତିଥି ଭାବେ ସରପଞ୍ଚ ସିଲୁ ସେନାପତି ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରି କହିଲେ ରକ୍ତଦାନ ମହତଦାନ ଅସହାୟ, ଗରିବ ଓ ଦୁର୍ଘଟଣାଜନିତ ଲୋକଙ୍କ ପାଇଁ ରକ୍ତଦାନ ଶିବିର କରି ଯୁବକ ସଂଘ ସଦସ୍ଯ ମାନଙ୍କୁ ସାଧୁବାଦ ଜଣାଇଥିଲେ । ସଂଘର ସଦସ୍ଯ ମାନେ ବିଭିନ୍ନ ସାମାଜର ଉର୍ନ୍ନତିକାର୍ଯ୍ଯରେ ଅଗ୍ରସର ହୋଇ ଲୋକପ୍ରିୟତା ହାସଲ କରିଥିବାରୁ ସଂଘ କୁ ଧନ୍ୟବାଦ ଜଣାଇଥିଲେ ।

ସଂଘର ଉପଦେଷ୍ଟା ପ୍ରଦେଶ ମାଳ, ସଭାପତି ବିଶ୍ୱ ରଞ୍ଜନ ସ୍ୱାଇଁ,ଉପସଭାପତି ବିଚିତ୍ର ପ୍ରଧାନ, ସମ୍ପାଦକ ଆଲୋକ ରଞ୍ଜନ ନାୟକ ଓ କୋଷାଧ୍ୟକ୍ଷ ରିଙ୍କୁ ବିଶ୍ୱାଳ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ସଂଘର ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ । ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ରକ୍ତଦାତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ପ୍ରଶଂସା କରିଥିଲେ । ପୁରୀ ମୁଖ୍ଯ ଚିକିତ୍ସାଳୟର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ୧୬,୧୭ ଓ୧୮ ତାରିଖରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୯ ତାରିଖ ସଂଧ୍ୟାରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ୨୦ ତାରିଖ ଦିନ ବିସର୍ଜନ ବିଧି ଅନୁଯାଇ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
