କଟକ: କଟକ ଜଗତପୁର ଠାରେ ଥିବା ସତ୍ୟମ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ରୋଗୀଙ୍କ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଖବର ଅନୁଯାୟୀ, ମଙ୍ଗଳବାର ଜଗତପୁର ଠାରେ ଥିବା ସତ୍ୟମ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । ମୃତକ ଜଗତପୁର ଭୁବନପୁର ଅଞ୍ଚଳର ବିଜୟ ପଣ୍ଡା। ସୋମବାର ବିଜୟଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ଚିକିତ୍ସା ପାଇଁ ମେଡିକାଲକୁ ପରିବାର ଲୋକେ ଆଣିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଚିକିତ୍ସା ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତର ନଥିବା ବେଳେ ହସ୍ପିଟାଲ କର୍ମଚାରୀମାନେ ଚିକିତ୍ସା କରୁଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେପଟେ ଉତ୍ତେଜନାକୁ ଦୃଷ୍ଟି ରଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ପୋଲିସ ।
