ହିନ୍ଦୋଳ: ଏଭଳି ଏକ ଅଭାବନୀୟ ଘଟଣା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବେଡାପଡାର ରଗୁଡିସାହିରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ବେଡାପଡା ରଗୁଡିସାହିର ଆକୁଳ ବେହେରାଙ୍କ ସ୍ତ୍ରୀ ଉପମା ବେହେରା (୫୨) ସକାଳ ସମୟରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷାପାଇଁ ବିଛା ଯାଇଥିବା ସୋଲାରତାର କରେଣ୍ଟରେ ଲାଗି ଗୁରୁତର ହୋଇପଡିଥିଲେ। ଖବରପାଇ ମହିଳାଙ୍କୁ ପରିବାରଲୋକେ ଓ ସ୍ଥାନୀୟଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳ ନେଇଥିବାବେଳେ ଡାକ୍ତର ପ୍ରାଥମିକ ଚିକିତ୍ସାପରେ ମୃତ ଘୋଷଣା କରିଥିଲେ। ତେବେ ସେହି ମସୋଲାରତାର ସହ ବିଦ୍ୟୁତ୍ ତାର ସଂଯୋଗ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଝିଅ। ତେବେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଧିକ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସଂପର୍କରେ ଆମେ ପୋଲିସ୍ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।
