ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ବ୍ଲକରେ ବାରହାପଲଙ୍କ ଉପଦ୍ରବ ଯୋଗୁଁ ଲକ୍ଷାଧିକ ଟଙ୍କାର ମକା ଫସଲ ସମ୍ପୂର୍ଣ ଭାବେ ଉଜୁଡି ଯାଇଥିବା ସୂଚନା ମିଳିଛି. ବର୍ତ୍ତମାନ ମକା ଚାଷରେ ଫଳ ଧରିବା ସମୟରେ ଏହି ବାରହାପଲଙ୍କ ଯୋଗୁଁ ଏକର ଏକର ମକା ଫସଲ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି. ଗଜପତି ଜିଲ୍ଲା ମୋହନା ବ୍ଲକ୍ କମଳାପୁର ଗ୍ରାମରେ ବାରହାପଲ ଆସି ଏହି ମକା ଫସଲ ନଷ୍ଟ କରିଦେଇଛନ୍ତି କ୍ଷ କମଳାପୁର ଗ୍ରାମର ପ୍ରକାଶ ସେଠୀ, ସେରେନ୍ଦ୍ର ସେଠୀ, କେଦାର ପ୍ରଧାନ ସମେତ ପ୍ରାୟ ୬ ରୁ ଉର୍ଦ୍ଧ ଚାଷୀଙ୍କ ଏକର ଏକର ମକା ଫସଲ ବାରାହା ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି କ୍ଷ ଏହି ଚାଷୀମାନେ ଏହି ଅଞ୍ଚଳର ସାହୁକାରଙ୍କ ଠାରୁ ଋଣ ନେଇ ମକା ଚାଷ କରିଥିଲେ. ବର୍ତ୍ତମାନ ବାରହାପଲଙ୍କ ଯୋଗୁଁ ମକା ଫସଲ ସମ୍ପୂର୍ଣ ଭାବେ ଉଜୁଡି ଯାଇଛି. ବର୍ତ୍ତମାନ ଚାଷୀ ଏହି ଋଣ କିଭଳି ସୁଝିବେ, ସେ ନେଇ ଚିନ୍ତାରେ ରହିଛନ୍ତି ଚାଷୀକୂଳ କ୍ଷ ପ୍ରଶାସନ ତୁରନ୍ତ ଏହି ମକା ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି କ୍ଷ
