ଆସିକା: ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ଏକ ବଡ ସଫଳତା । ଗତକାଲି ସଂଧ୍ୟାରେ ସହର ବିଭିନ୍ନ ମଦ ଆଡ୍ଡା ଚଢାଉ ବେଳେ ଆନ୍ତରାଜ୍ୟ ବାଇକ ଲୁଟେରାଙ୍କୁ ଠାବ କରିଥିଲେ । ଏହି ଚଢାଉ ବେଳେ ଆସିକା ପୋଲିସ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପ୍ରାୟ ୧୦ଟି ଚୋରା ବାଇକକୁ ଜବତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆସିକା ଥାନା ଅନ୍ତର୍ଗତ ଗଣ୍ଡପଲ୍ଲୀ ଏରାଗୋଲା ବସାର ଏ.ସନ୍ତୋଷ, ଡି.ଚିନା ଓ ତୁମ୍ବା ଠେଙ୍ଗାପଲ୍ଲୀ ଗ୍ରାମର ପି.ଅଜୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ଏମାନେ ସବୁ ରାଜ୍ୟ ବାହାର ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରି ସେଗୁଡିକୁ ଚୋରି, ଡକାୟତି, ସୁନା ଝାମ୍ପିବା ସାଙ୍ଗକୁ ଅନ୍ୟ ଅପରାଧମୂଳକ କାର୍ଯ୍ୟକଳାପରେ ବ୍ୟବହାର କରୁଛନ୍ତି ବୋଲି ଆସିକା ଏସ.ଡି.ପି.ଓ ସୈାରଭ ରଞ୍ଜନ ପ୍ରଧାନ ସୂଚନା ପ୍ରଦାନ କରିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଆସିାକ ଥାନା ସମେତ ରାଜ୍ୟର ଅନେକ ଥାନାରେ ଏକାଧିକ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା ।
