ପୁରୀ: ବିଜୁଜନତା ଦଳ ପୁରୀ ତରଫରୁ ସହରର ବିଭିନ୍ନ ଜନସମସ୍ୟା ଓ ମହାନଗର ନିଗମର କାର୍ଯ୍ୟଶୈଳୀକୁ ନେଇ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ ହଲ୍ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହରର ମୁଖ୍ୟ ରାସ୍ତା ଦେଇ ଯାଇ ପୁରୀ ମହାନଗର ନିଗମ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲା ଏବଂ ସେଠାରେ ଦଳୀୟ କର୍ମୀ ଓ ଜନସାଧାରଣ ବସି ପ୍ରତିବାଦ ଜଣାଇଥିଲେ।

ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ବଳିଷ୍ଠ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ବରିଷ୍ଠ ନେତୃବୃନ୍ଦ, ନଗର ସଭାପତି, ସଦର ସଭାପତି, ଛାତ୍ର ସଭାପତି, ଜିଲ୍ଲା ପଦାଧିକାରୀ, ଯୁବ ଓ ଛାତ୍ର ନେତା, ମହିଳା ନେତ୍ରୀଙ୍କ ସମେତ ଶତାଧିକ କର୍ମୀ ଏବଂ ଶୁଭେଚ୍ଛୁମାନେ ଯୋଗଦେଇଥିଲେ।
