ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅମରା ଗ୍ରାମ ଅଞ୍ଚଳରେ ଗତ କାଲି ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ୬୯ ବର୍ଷୀୟ ବୃଦ୍ଧ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ଅଗ୍ନିଶମ ୍ୱିଭାଗ ପକ୍ଷରୁ ଗତକାଲି ବହୁ ଅକ୍ଲାନ୍ତ ପରିଶ୍ରମ କରି ଖୋଜା ଖୋଜି କରିବା ପରେ ମଧ୍ଯ ନିଖୋଜ ବ୍ୟକ୍ତିଙ୍କୁ ଠାବ କରି ପାରି ନଥିଲେ। ଆଜି ଘଟଣା ଘଟିବାର ସ୍ଥାନରୁ ପ୍ରାୟ ୩ଶହ ରୁ ୪ଶହ ମିଟର ଦୂରରେ ଉକ୍ତ ନିଖୋଜ ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ଯବାନମାନେ ନିଖୋଜର ୩୦ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶବକୁ ମହେନ୍ଦ୍ର ତନୟା ନଦୀରୁ ଉଦ୍ଧାର କରିଥିଲେ। ଘଟଣା ନେଇ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ପଠା ଯାଇଥିବା ସୂଚନା ମିଳିଛି.
