ବାଲିଗୁଡା: ବାଲିଗୁଡା ବ୍ଲକ ର ସୁଡ୍ରା ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଅଘଟଣ। ପଞ୍ଚମ ଶ୍ରେଣୀ ଛାତ୍ରୀ କାଜଲ ମଲିକ ଙ୍କ ଚିକିତ୍ସାଧିନ ଅବସ୍ଥା ରେ ବାଲିଗୁଡା ମେଡିକାଲ ରେ ମୃତ୍ୟୁ ଘଟିଛି । ମୃତ ପଞ୍ଚମ ଶ୍ରେଣୀ ର ଛାତ୍ରୀ ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତ ର ବାଉଲମାହା ଗାଁ ର ହୋଇଥିବା ସୂଚନା ମିଳିଛି । ଆଶ୍ରମ ବିଦ୍ୟାଳୟ ର ହଷ୍ଟେଲ ରେ ରହୁଥିବା ଛାତ୍ରୀ କାଜଲ ଗତକାଲି ହଟାତ ଅସୁସ୍ଥ ହୋଇଥିଲେ। ତାଙ୍କୁ ପ୍ରଥମେ ସୁଡ୍ରା ପ୍ରାଥମିକ ଚିକିତ୍ସା କେନ୍ଦ୍ର ରେ ଭର୍ତି କରାଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଗୁରୁତର ହେବାରୁ ପରେ ବାରଖମା ଓ ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବାଲିଗୁଡା ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥା ରେ ପଞ୍ଚମ ଶ୍ରେଣୀ ଛାତ୍ରୀ କାଜଲ ଙ୍କ ମୃତ୍ୟୁ ହୋଇଥିଲା। ତେବେ ସେବାଶ୍ରମ ବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ ଅବହେଳା ରୁ ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀ କାଜଲ ଙ୍କ ପରିବାର ଲୋକେ । ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଦାଇତ୍ୱ ହୀନତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ଛାତ୍ରୀ ଙ୍କ ପରିବାର ଲୋକ ।ଛାତ୍ରୀ କାଜଲ ଙ୍କ ଅସୁସ୍ଥତା ଖବର କୌଣସି ମତେ ପରିବାର ଲୋକଙ୍କୁ ଜଣା ଯାଇନଥିବା ବେଳେ
ଛାତ୍ରୀ ଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ସେବାଶ୍ରମ କର୍ତ୍ତୃପକ୍ଷ ଅବଗତ କରାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତେବେ ଛାତ୍ରୀ ମୃତ୍ୟୁ ଘଟଣା ରେ କିଛି ବି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସୁଡ୍ରା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ।
