କ.ନୂଆଗାଁ: କ.ନୂଆଗାଁ ବନାଞ୍ଚଳ ଅନ୍ତର୍ଗତ କୁଡୁତୁଲି ବିଟ ର ସାରକେତା ଛକ ନିକଟରୁ ଟ୍ରାକ୍ଟର ସମେତ ୧୦୨ ଖଣ୍ଡ ଶାଳ କାଠ ଜବତ ହୋଇଛି ।ବେଆଇନ କାଠ ଚାଲାଣ ନେଇ ଜଳେଶ୍ୱର ବେହେରଦଳାଇ ଓ ନିର୍ମଳ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି କ.ନୂଆଗାଁ ବନବିଭାଗ ।ତେବେ କ.ନୂଆଗାଁ ଅଂଚଳ ରୁ ବେଆଇନ ଭାବେ ଟ୍ରାକ୍ଟର ରେ ଶାଳ କାଠ ଚାଲାଣ ବେଳେ କ.ନୂଆଗାଁ ରେଞ୍ଜର ରୋମାକାନ୍ତ କଂହର ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରିଥିଲା । ତେବେ ଜବତ କାଠ ର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।
