ପୁରୀ: ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା,ପିପିଲି,କୋଣାର୍କ ,କଣାସ , ବ୍ରହ୍ମଗିରି, ଅସ୍ତରଙ୍ଗ ,କାକଟପୁର ଓ ସତ୍ୟବାଦୀ କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତ ରେ ୧୬୯୫୦ ଗୋଟି ମକଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୬,୫୦,୬୨,୧୦୫/-ଟଙ୍କା ଆଦାୟ କରାଯାଇଅଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହି କାର୍ଯକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଏହାକୁ ଉଦ୍ଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର , ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୈକତ ପାତ୍ର, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡକ୍ଟର ଦୀପକ ରଞ୍ଜନ ସାହୁ,ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମିସ ଚିନ୍ମୟୀ ଦେହୁରି , ମୁଖ୍ୟ ବିଚାରପତି ପ୍ରସନ୍ନ କୁମାର ବେହେରା , ବରିଷ୍ଠ ଦେୱାନି ବିଚାରପତି ସୋମ୍ୟରୁପ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ପ୍ରଜ୍ଞା ପଣ୍ଡା , ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ସୋନାଲୀ ଅପରାଜିତା ,

ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଅବିନାଶ ଜେନା, ଗ୍ରାମ ନ୍ୟାୟାଧିକାରୀ ସୋନାଲୀ ମହାନ୍ତି , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (cog-I) ମିସ୍ ରୀତିକା ଗର୍ଗ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି(cog-II) ଶ୍ରୀଯୁକ୍ତ ଅନିମେଶ ଜେନା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଶିବାନୀ ମହାପାତ୍ର, ସୀମା ଅଗ୍ରୱାଲା , ଚେତନ ଲାଢା ଓ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପ୍ରିୟଙ୍କା ଅଗ୍ରୱାଲ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୬୭ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୩ ,୮୪ ,୩୯ ,୦୦୦ /- ଟଙ୍କା ଆଦାୟ କରାଯାଇଛି । ସେହିପରି ୩୨ଗୋଟିcheque bounce cases , ୯ ଗୋଟି bank recovery cases , ୨୫ ଗୋଟି Matrimonial dispute, ୭୫ ଗୋଟି other criminal cases ୮୯ ଗୋଟି କ୍ଟଗ୍ଧଷରକ୍ସ ମକ୍ସସଜ୍ଞସଦ୍ଭବକ୍ଷ ମବଗ୍ଦରଗ୍ଦ ମକଦମା ଫଇସଲା କରାଯାଇଥିଲା । ଏହାଛଡା ୧୮୧ ଗୋଟି ପ୍ରାକ ମକଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ଇତ୍ୟାଦି ବାବଦକୁ ଟ୧,୦୧,୬୮,୭୨୮/- ଟଙ୍କା ଆଦାୟ କରାଯାଇଅଛି । ଆଜିର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦି ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ୩୦,୦୦୦ ଟଙ୍କାର ନିତ୍ୟ ବ୍ୟବହାର୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସର ଭିତରେ ଆୟୋଜିତ ହୋଇଯାଇଛି ।
