ନୂଆଦିଲ୍ଲୀ: ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ୨୦୨୬ର ପ୍ରଥମ ଦିନରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସର୍ବସମ୍ମତି କ୍ରମେ “ନୂଆଦିଲ୍ଲୀ ଘୋଷଣାନାମା’ ଗ୍ରହଣ କରିଛନ୍ତି। ସମ୍ମିଳନୀର ପ୍ରଥମ ଦିନର ଅଧିବେଶନ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣାନାମା ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ। ନିଜର ସମାପନ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୃହୀତ “ନୂଆଦିଲ୍ଲୀ ଘୋଷଣାନାମା’ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଳିତ ସଂକଳ୍ପ ପାଇଁ ଏକ ସ୍ପଷ୍ଟ ଦିଗ୍ଦର୍ଶନ ପ୍ରଦାନ କରୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ସଂକଳ୍ପଗୁଡ଼ିକୁ ବାସ୍ତବ ଫଳାଫଳରେ ପରିଣତ କରିବା ବର୍ତ୍ତମାନ ସେମାନଙ୍କର ମିଳିତ ଦାୟିତ୍ୱ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଆଲୋଚନା ଏହା ସ୍ପଷ୍ଟ କରୁଛି ଯେ ପରିବର୍ତ୍ତନଶୀଳ ବିଶ୍ୱକୁ ପୁରୁଣା ବା ଅଚଳ ସଂସ୍ଥା ଦ୍ୱାରା ପରିଚାଳିତ କରାଯାଇପାରିବ ନାହିଁ ଏବଂ ସେ ପ୍ରତିନିଧିତ୍ୱ, ଉତ୍ତରଦାୟିତ୍ୱ ଓ ନିୟମ ପ୍ରଣୟନ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏବଂ ଏହାକୁ ପରିଚାଳିତ କରୁଥିବା ନିୟମାବଳୀର ବିକାଶ କ୍ଷେତ୍ରରେ “ଗ୍ଲୋବାଲ୍ ସାଉଥ୍’ (ବିକାଶଶୀଳ ଦେଶଗୁଡ଼ିକ)ର ସମାନ ଅଂଶଗ୍ରହଣ ରହିବା ଆବଶ୍ୟକ ବୋଲି ନେତାମାନେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ଗୁରୁତ୍ୱ ଦେଇଥିଲେ ଯେ ଭାଗୀଦାରୀ ଏବଂ ସାମୂହିକ କାର୍ଯ୍ୟ ମାଧ୍ୟମରେ ନିଷ୍ପତ୍ତି ଓ ଏହାର ଫଳାଫଳ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରାଯିବା ଆବଶ୍ୟକ। ଈଜଓଉଝ ଅଧ୍ୟକ୍ଷ ଭାବରେ ନେତାମାନଙ୍କର ମୂଲ୍ୟବାନ ଅବଦାନ, ସକାରାତ୍ମକ ମନୋଭାବ ଏବଂ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଈଜଓଉଝର ୨୦ ବର୍ଷ ପୂର୍ତ୍ତି ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ଦ୍ୱାରା ଦୁଇଟି ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହା ପୂର୍ବରୁ, “ଅନ୍ତର୍ଭୁକ୍ତୀକରଣ ବିଶ୍ୱ ଶାସନ’ ଏ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ସାମୁଦ୍ରିକ କର୍ମଚାରୀମାନେ ବିଶ୍ୱ ବାଣିଜ୍ୟରେ ବଡ଼ ଧରଣର ଅବଦାନ ରଖିଥାନ୍ତି, ତଥାପି କଠିନ ସମୟରେ ସେମାନେ ପ୍ରାୟତଃ ଆବଶ୍ୟକୀୟ ସହାୟତା ପାଇବାରୁ ବଞ୍ଚିତ ହୁଅନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଥିବା ଏକତା ଓ ସହମତିକୁ ବିଶ୍ୱସ୍ତରରେ ଠୋସ୍ ଫଳାଫଳରେ ପରିଣତ କରିବାର ସମୟ ଆସିଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ବ୍ରିକ୍ସ ସଦସ୍ୟମାନେ ପରସ୍ପରକୁ ସମ୍ମାନ କରନ୍ତି ଏବଂ ସହମତି ଭିତ୍ତିରେ ଆଗକୁ ବଢ଼ନ୍ତି। ସେ କହିଥିଲେ ଯେ ଏହି ଗୋଷ୍ଠୀ କାହାରି ବିରୁଦ୍ଧରେ କାର୍ଯ୍ୟ କରୁନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ମନୋଭାବ ନେଇ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ବ୍ରିକ୍ସ ସମ୍ମିଳନୀକୁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ଗୋଷ୍ଠୀ ଚଳିତ ବର୍ଷ ନିଜର ୨୦ତମ ବାର୍ଷିକୀ ପାଳନ କରୁଛି। ସେ କହିଥିଲେ ଯେ ବ୍ରିକ୍ସ ବର୍ତ୍ତମାନ ଏକ ପରିପକ୍ୱ ଅବସ୍ଥାରେ ପହଞ୍ଚିଛି ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଶ୍ରୀ ମୋଦୀ କହିଥିଲେ ଯେ ବ୍ରିକ୍ସର ଅଧ୍ୟକ୍ଷ ଭାବେ ଭାରତର କାର୍ଯ୍ୟକାଳ “ଲୋକ-କୈନ୍ଦ୍ରିକ’ ଏବଂ “ମାନବିକତା-ପ୍ରାଥମିକତା’ ଭିତ୍ତିକ ଦୃଷ୍ଟିକୋଣ ଉପରେ ଆଧାରିତ। ସେ କହିଥିଲେ ଯେ ଅଧ୍ୟକ୍ଷ ଭାବେ ଭାରତ ପାଇଁ ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ମୁଖ୍ୟ ପ୍ରାଥମିକତା ରହିଛି। ଏହି ପ୍ରାଥମିକତାଗୁଡ଼ିକ ଦ୍ୱାରା ପରିଚାଳିତ ହୋଇ, ଭାରତ ବ୍ରିକ୍ସ ସହଯୋଗକୁ ସିଧାସଳଖ ସାଧାରଣ ଲୋକଙ୍କ ସହ ଯୋଡ଼ିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଦୃଷ୍ଟିକୋଣ ନେଇ ୩୫୦ରୁ ଅଧିକ ବୈଠକ ଆୟୋଜନ କରାଯାଇଥିଲା ଏବଂ ଭାରତ ଦେଶର ପ୍ରାୟ ୩୦ଟି ସହରରେ ବିଭିନ୍ନ ପ୍ରତିନିଧି ଦଳକୁ ସ୍ୱାଗତ କରିବାର ସୌଭାଗ୍ୟ ଲାଭ କରିଥିଲା। ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିକାଶଶୀଳ ଦେଶଗୁଡ଼ିକ ବିଶ୍ୱସ୍ତରୀୟ ସଙ୍କଟ ସମୟରେ ସମ୍ମୁଖ ଭାଗରେ ରହୁଥିବା ବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପଛ ଏହାପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ସମ୍ମିଳନୀ ପାଇଁ ଭାରତ ମଣ୍ଡପମ୍ରେ ପହଞ୍ଚିଥିବା ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କୁ ସ୍ୱାଗତ କରିଥିଲେ।
