ଜୟପୁର: ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନ କୁ ପୋଲିସ ଧରିବା ପରେ ତା ପାଖରୁ ଉଦ୍ଧାର ହୋଇଥିବା ଚୋରି ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର କୁ ନେଇ ଏସିପି ମନୋଜ ପୂଜାରି ଏକ ସାମ୍ବାଦିକ ସମ୍ଭିଳନି କରିଛନ୍ତି। ଅନେକ ପ୍ରକାର ମାଳ ମାଳ ସୁନା ଓ ରୁପାର ଅଳଙ୍କାର, ୨୫୦ ଗ୍ରାମ ର ସୁନା ଅଳଙ୍କାର,ଏକ କେଜି ୧୦୦ଗ୍ରାମର ରୁପା ଅଳଙ୍କାର ସହିତ ଗୋଟିଏ ଦେଶୀ ବନ୍ଧୁକ ,୧୮ଟି ଅଫୁଟା ଗୁଳି ସହିତ ବିଭନ୍ନ ମାରଣାସ୍ତ୍ର ଏବଂ ନଗଦ ୫୦ହଜାର ଟଙ୍କା ଜବତ ହୋଇଛି।ତମାମ ମାମଲା ରେ ଟୁନା ଙ୍କର ତିନି ସଗାଯୋଗୀ ଗିରଫ କରିବା ସହିତ ସେମାନେ ଚୋରି ସାମଗ୍ରୀ ଦେଇଥିବା ଅନ୍ୟ ୬ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

ଦୁର୍ଦାନ୍ତ ଅପରାଧୀ ଟୁନା ହରିଜନ କୁ ଗିରଫ ପରେ ୭ଦିନିଆ ରିମାଣ୍ଡ ରେ ଆଣିବା ପରେ ସମସ୍ତ ଚୋରି ସାମଗ୍ରୀ ସହ ତାହାର ସହଯୋଗୀ ମାନଙ୍କୁ ଗିରଫ କରିବାରେ ସଫଳହୋଇଛି।ଟୁନା ଙ୍କ ନାମରେ କୋରାପୁଟ ଜିଲ୍ଲାର ବିଭନ୍ନ ଥାନାରେ ୪୦ ରୁ ଉର୍ଦ୍ଧ ଅପରାଧିକ ମାମଲା ଥିବା ବି ସୂଚନା ଦେଇଛି ପୋଲିସ।ମୋଟ ୯କଣ ଗିରଫ ହୋଇଥିବା ବେଳେ ଏମାନଙ୍କ ଠାରୁ ଗୋଟେ ବୋଲେରୋ,ଗୋଟେ କାର, ଗୋଟିଏ ଅଟୋ,ଏବଂ ଏକ ବାଇକ ଜବତ ହୋଇଛି।ଉଦ୍ଧାର ସୁନା ରୁପାର ଅଳଙ୍କାର ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଦ ଏଏସପି ମନୋଜ ପୂଜାରୀ ସୂଚନା ଦେଉଛନ୍ତି।
